୩୪ ନଦୀ ସଫା ପାଇଁ ୫,୮୦୦ କୋଟି ମଞ୍ଜୁର

Get real time updates directly on you device, subscribe now.

ନୂଆଦିଲ୍ଲୀ: ୧୬ଟି ରାଜ୍ୟରେ ୩୪ଟି ପ୍ରଦୂଷିତ ନଦୀକୁ ସଫା କରିବା ପାଇଁ ୫,୮୦୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି । ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିନ୍ତୁ ଏହି ୩୪ ନଦୀରେ ଗଙ୍ଗାକୁ ସାମିଲ କରାଯାଇ ନାହିଁ । କାରଣ ଗଙ୍ଗା ନଦୀ ପାଇଁ ସରକାର ପୃଥକ୍ ତଥା ଉତ୍ସର୍ଗୀକୃତ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ଲୋକସଭାରେ ସରକାର ଏହି ସୂଚନା ଦେଇଛନ୍ତି । ସୂଚନା ମୁତାବକ ଜାତୀୟ ନଦୀ ସଂରକ୍ଷଣ କାର୍ଯ୍ୟକ୍ରମ (ଏନ୍ଆରସିପି) ଅଧୀନରେ ମୋଟ ୫,୮୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ନିଜ ଅଂଶ ବାବଦରେ ୨,୫୨୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
ନଦୀଗୁଡ଼ିକରେ ପ୍ରଦୂଷଣକୁ ଏଡ଼ାଇବା ସକାଶେ ରାଜ୍ୟଗୁଡ଼ିକ ନିୟମିତ ବ୍ୟବଧାନରେ ପ୍ରକଳ୍ପ ପ୍ରସ୍ତାବ ପ୍ରଦାନ କରୁଛନ୍ତି । ଏହାକୁ ଅନୁଧ୍ୟାନ କରାଯାଇ ସରକାର ଅର୍ଥ ବ୍ୟୟବରାଦ କରୁଛନ୍ତି । ୧୬ଟି ରାଜ୍ୟର ୭୭ ସହରକୁ ଛୁଇଁ ପ୍ରବାହିତ ହେଉଥିବା ୩୪ ନଦୀକୁ ପରିଷ୍କାର କରିବା ଲାଗି ଯୋଜନା ହାତକୁ ନିଆଯାଇଛି । ବର୍ତ୍ତମାନ ଏହା ଉପରେ ମନୋନିବେଶ କରାଯାଉଛି । ଏଥିଲାଗି ୫,୮୭୦.୫୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଗତ ବର୍ଷ ମଧ୍ୟରେ ୯ଟି ରାଜ୍ୟକୁ ୧୪୩ କୋଟି ଟଙ୍କା ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons