ଚନ୍ଦାହାଣ୍ଡି: ବାଇକ୍ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତୁ୍ୟ । ମୃତ ବୃଦ୍ଧ ଜଣଙ୍କ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସଦର ତଳସାହିର ରୁପଧର ମରକାମ୍(୬୦) । ଶନିବାର ସନ୍ଧ୍ୟା ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଚନ୍ଦାହାଣ୍ଡି ଥାନାଧିକାରୀ ପ୍ରେମାନନ୍ଦ ସୁନାନୀ ସୂଚନା ଦେଇଛନ୍ତି । ଚନ୍ଦାହାଣ୍ଡି ପୁଲିସ୍ ଏନେଇ କେସ୍ ନମ୍ବର ୮୪/୨୧ରେ ଦୁର୍ଘଟଣାଜନିତ ମାମଲା ରୁଜୁ କରିଛି । ଏହାସହ ବାଇକ୍ ଚାଳକ ଆବାସ୍ ଅଲ୍ଲୀ(୨୪)କୁ ଗିରଫ୍ କରି କୋର୍ଟଚାଳାଣ କରିଛି । ଏହି ଘଟଣାର ତଦନ୍ତ ଏଏସ୍ଆଇ ଅମର ମିଶ୍ର କରୁଛନ୍ତି ।
ପୁଲିସ ସୂଚନା ଅନୁସାରେ ଚନ୍ଦାହାଣ୍ଡି ତଳସାହିର ରୁପଧର ଏକ ବାଇକ୍ (ଓଆର୍୨୪-୪୭୯୪) ଯୋଗେ କୌଣସି କାମରେ ପୁଅ ବବି ମାଝିଙ୍କ ସହ ନିକଟସ୍ଥ ହଲଦି ଖଳିଆପଡ଼ା ଗାଁକୁ ଯାଇ ସନ୍ଧ୍ୟା ୭ଟାରେ ଘରକୁ ଫେରୁଥିଲେ । ବିପରୀତ ଦିଗରୁ ଧୂରୁଆପଡ଼ା ମେଡିକାଲ ଆଡ଼ୁ ଦ୍ରୁତଗତିରେ ମୋହରା ଗାଁର ଆବାସ ଅଲ୍ଲୀ (୨୪) ବାଇକ୍ରେ ଆସୁଥିଲେ । ସାଲେବିଡ଼ି ଛକ ପାଖରେ ବାପ-ପୁଅଙ୍କ ବାଇକ୍କୁ ଧକ୍କା ଦେଇଥିଲେ ଆବାସ । ବବି ରାସ୍ତାକଡ଼କୁ ଛିଟିକି ପଡ଼ି ଆହତ ହୋଇଥିବା ବେଳେ ରୁପଧର ଗୁରୁତର ହୋଇ ରାସ୍ତାକଡ଼ରେ ପଡ଼ିଥିଲେ । ଖବରପାଇ ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀଙ୍କ ନିଦେ୍ର୍ଧଶରେ ଏଏସ୍ଆଇ ଲଳିତ କୁମାର ପଣ୍ଡା ଘଟଣାସ୍ଥଳକୁ ଯାଇ ଦୁର୍ଘଟଣାଗ୍ରସ୍ତ ୨ ବାଇକ୍କୁ ଜବତ କରିଥିଲେ । ଗୁରୁତର ରୁପଧରଙ୍କୁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସଂଗ୍ରାମ କେଶରୀ ସାହୁ ରୁପଧରଙ୍କୁ ମୃତ ଘୋଷଣା କରିଥିଲେ । ରାତି ହେବାରୁ ଶନିବାର ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ରବିବାର ମୃତ ରୁପଧରଙ୍କ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିଛି । ଏଏସ୍ଆଇ ଅମର ମିଶ୍ରଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ
Comments are closed, but trackbacks and pingbacks are open.