ବରିଗୁଡ଼ା ଗାଁରେ ଯକ୍ଷ୍ମାରୋଗ ନିରାକରଣ ବୈଠକ

Get real time updates directly on you device, subscribe now.

ଚନ୍ଦାହାଣ୍ଡି: ଯକ୍ଷ୍ମାରୋଗ ମୂଳତ୍ପାଟନ ପାଇଁ ଚନ୍ଦାହାଣ୍ଡି ବ୍ଲକ୍ ମୋହରା ପଞ୍ଚାୟତର ବରିଗୁଡ଼ା ଗାଁରେ ଏକ ସଚେତନତା ବୈଠକ ଅନୁÂିତ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । ଏହି ଅଞ୍ଚଳରୁ ଯକ୍ଷ୍ମାରୋଗ ମୂଳତ୍ପାଟନ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀ ଓ ଗୋÂୀ ମିଳିତ ଭାବେ ଉଦ୍ୟମ କରିବା ଜରୁରି ବୋଲି ସେ ମତ ଦେଇଥିଲେ । ଯକ୍ଷ୍ମା ରୋଗ ନିରାକରଣ ସମ୍ପର୍କରେ ବ୍ୟାପକ ସଚେତନା ସୃଷ୍ଟି କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ପରାମର୍ଶ ଦେଇଥିଲେ । ସେହିଭଳି ସିଏମ୍ଆର୍ଟି ଟେକ୍ନିସିଆନ ଦୁର୍ବାଦଳ ତ୍ରିପାଠୀ କହିଲେ, ଯକ୍ଷ୍ମାରୋଗ ନିବାରଣ ପାଇଁ ସରକାର “ଯକ୍ଷ୍ମା ହାରିବ, ଭାରତ ଜିତିବ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଅଭିଯାନ ଜରିଆରେ ଲଟେରି ଜରିଆରେ ବରିଗୁଡ଼ା ଗାଁରେ ଯକ୍ଷ୍ମାରୋଗ ନିପାତ କରିବାକୁ ଚିହ୍ନଟ କରାଯାଇଛି । ଏହି ଗାଁରେ ୮୦୦ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି । ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇବା ସହ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଏrରେ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ରୋଗୀ ଓ ଗ୍ରାମବାସୀଙ୍କୁ ଔଷଧ ଦିଆଯାଉଛି । ସେମାନେ ଠିକ୍ରେ ଔଷଧ ଖାଇବା ଜରୁରି ବୋଲି କହିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକ୍ ଅଧ୍ୟକ୍ଷା ସୁଭଦ୍ରା ସିନ୍ନା, ମୋହରା ସରପଞ୍ଚ କବିତା ପୂଜାରୀ, ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟ ଅଧିକାରୀ ସଂଗ୍ରାମ କେଶରୀ ସାହୁ, ସମାଜସେବୀ ମହମ୍ମଦ ଇକ୍ବାଲ, ବଳରାମ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons