ତେନ୍ତୁଳିଖୁଣ୍ଟି: ଚଢ଼ାଦରରେ ସାର ବିକ୍ରି କରିବା ପାଇଁ ବେଆଇନ ଭାବେ ସାର ମହଜୁଦ୍ କରି ରଖିଥିଲେ । ଏ ସମ୍ପର୍କରେ ଖବରପାଇ ତହସିଲଦାର ଓ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ଚଢ଼ଉ କରି ବେଆଇନ ସାର ଗୋଦାମ ସିଲ୍ କରିଛନ୍ତି । ଅଧିକାରୀଙ୍କ ସହ ଗୋÂୀ ବୈଷୟିକ ପରିଚାଳିକା ଦୀପ୍ତିମୟୀ ଚୌଧୁରୀ ପୁଲିସ ଟିମ୍ସାମିଲ ହୋଇଥିଲେ । ଏହି ଟିମ୍ ତେନ୍ତୁଳିଖୁଣ୍ଟି ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଥିବା ସାର ଦୋକାନ, ସାର ଗୋଦାମ ଉପରେ ଚଢ଼ଉ କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ତେନ୍ତୁଳିଖୁଣ୍ଟିି ପଞ୍ଚାୟତ ଓ ଦିଗି ପଞ୍ଚାୟତର ବିଭିନ୍ନ ସାର ଦୋକାନରେ ଚଢ଼ଉ ହୋଇଥିଲା । ସେଥିମଧ୍ୟରୁ ଦିଗି ପଞ୍ଚାୟତ ଅନ୍ତର୍ଗତ ଚରାମୂଳାରେ ରୋତାଶ ସେକ୍ୱାଲ ନାମକ ବ୍ୟବସାୟୀଙ୍କ ସାରଗୋଦାମ୍କୁ ତହସିଲଦାର ସିଲ୍୍ କରିଛନ୍ତି । ସେହିପରି ତେନ୍ତୁଳିଖୁଣ୍ଟି, କୁର୍ମାକୋଟ, ଦିଗିର ବହୁ ବ୍ୟବସାୟୀଙ୍କ ଦୋକାନ ଓ ଗୋଦାମରେ ଚଢ଼ଉ ହୋଇଥିଲା । ଚାଷୀ କିପରିି ସୁବିଧାରେ ସାର ପାଇବେ ଏଥିପ୍ରତି ଉଭୟ ବିଭାଗ ଦୃଷ୍ଟି ଦେଇ ଉଚିତ୍ ମୂଲ୍ୟରେ ସାର ବିକ୍ରି କରିବାକୁ ସାର ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ
Comments are closed, but trackbacks and pingbacks are open.