ଗଞ୍ଜାମରେ ଆରମ୍ଭ ହେଲା ‘ମୋ ନିବେଦନ’

Get real time updates directly on you device, subscribe now.

ବ୍ରହ୍ମପୁର: ଗତବର୍ଷ ଏପ୍ରିଲ୍ ମାସରୁ ବନ୍ଦ ରହିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାରରୁ ପୁଣି ଆରମ୍ଭ ହୋଇଛି । ତେବେ ପ୍ରଶାସନ ଏହାକୁ ‘ମୋ ନିବେଦନ’ ଭାବେ ନାମକରଣ କରିଛି । ରାଜ୍ୟରେ ଏଭଳି ନିଆରା ପଦକ୍ଷେପ ପ୍ରଥମ ବୋଲି କୁହାଯାଉଛି । ଅନ୍ଲାଇନ୍ ମୋଡ୍ରେ ଯୋଡି ହୋଇଥିଲେ ଜିଲ୍ଲା ପ୍ରଶାସନର ବରିÂ ଅଧିକାରୀ ଓ ଅଭିଯୋଗକାରୀ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ଭାବେ ରଙ୍ଗେଇଲୁଣ୍ଡା ବ୍ଲକ୍ର ରଙ୍ଗିପୁର, ନାରାୟଣପୁର, କେଲୁଆପଲ୍ଲୀ ଓ ଗୋଳନ୍ଥରା ପଞ୍ଚାୟତ ଅଫିସ୍ରୁ ଭିଡିଓ କନଫରେନ୍ସ ଜରିଆରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ । ପ୍ରଥମ ଦିନ ୭୧ଟି ଅଭିଯୋଗର ଶୁଣାଣି ହୋଇଥିଲା । ଏଗୁଡିକ ରାସନ୍ କାର୍ଡ, ମନରେଗା ଜବ୍ କାର୍ଡ, ବିଦୁ୍ୟତକରଣ, ଜଳସେଚନ, ପେନ୍ସନ୍, କଙ୍କ୍ରିଟ୍ ରୋଡ୍ ନିର୍ମାଣ ଆଦି ନେଇ ରହିଥିଲା ।
ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ଜିଲ୍ଲା ପ୍ରଶାସନ ଅନ୍ଲାଇନ୍ ଅଭିଯୋଗ ଶୁଣାଣି ‘ମୋ ନିବେଦନ’ ଆରମ୍ଭ କରିଛି । ପଞ୍ଚାୟତ କାର୍ଯ୍ୟାଳୟରେ ଲୋକଙ୍କ ସହ ବିଡିଓ, ତହସିଲଦାର ଓ ପଞ୍ଚାୟତସ୍ତରର ଅଧିକାରୀମାନେ ଅଭିଯୋଗ ଶୁଣିବା ସହ ତାହାର ସମାଧାନ କରିବାକୁ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ଗ୍ରହଣ କରିଥିଲେ । ଭିଡିଓ କନଫରେନ୍ସ ବେଳେ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ଓ ଡି. ମାଲେଶ୍ୱର ପାତ୍ର, ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ସୁକାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗୋଳନ୍ଥରା ପଞ୍ଚାୟତର ୧୫ ଜଣ, କେଲୁଆପଲ୍ଲୀର ୧୫, ରଙ୍ଗିପୁରର ୧୭ ଏବଂ ନାରାୟଣପୁର ପଞ୍ଚାୟତର ୨୪ ଜଣ ଅଭିଯୋଗ ଆଗତ କରିଥିଲେ । ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ର, ଏବିଡିଓ ତ୍ରିପତି ବାଲାଜୀ ସାମନ୍ତରାୟ, ଉପାଧ୍ୟକ୍ଷ ଅଜିତ ଦାସ, କନିଷି ତହସିଲଦାର ତାପସ କୁମାର ରାଉତ ବିଭିନ୍ନ ପଞ୍ଚାୟତରେ ପିଇଓମାନଙ୍କ ସହ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ କହିଛନ୍ତି ଯେ- ଏଣିକି ଜିଲ୍ଲାବାସୀ ସେମାନଙ୍କ ଅଭିଯୋଗ ସିଧାସଳଖ ନିଜ ଅଞ୍ଚଳରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇ ପାରିବେ । ଅଧିକାରୀଗଣ ନିଜ କାର୍ଯ୍ୟାଳୟରେ ବସି ଅନ୍ଲାଇନ୍ରେ ରହି ଅଭିଯୋଗ ଶୁଣି ସମାଧାନ କରିବେ । କରୋନା ରହିଥିଲେ ହେଁ ପ୍ରଶାସନର ନିୟମିତ କାମ ବନ୍ଦ କରିବାନି । ପୂର୍ବରୁ ସବୁ ସୋମବାର ଅଭିଯୋଗ ଶୁଣାଣି ହେଉଥିଲା । କିନ୍ତୁ କରୋନା ସଂକ୍ରମଣ ଆଶଙ୍କା ହେତୁ ଲୋକେ ଆସିପାରୁ ନଥିଲେ । ଏବେ ଟେକ୍ନୋଲୋଜି ସୁବିଧା ଅଛି । ବ୍ଲକ୍ସ୍ତରରେ ଭିଡିଓ କନଫରେନ୍ସ ସୁବିଧା କରାଇ ତାହା ଜରିଆରେ ଲୋକଙ୍କ ସହ ଅଭିଯୋଗ ନେଇ ସିଧାସଳଖ କଥା ହୋଇଛୁ । ୧୦ ଦିନରେ ତାହାର ସମାଧାନ କରିବାକୁ ଚେଷ୍ଟା ରହିବ । ସୋମବାର ପ୍ରଥମାର୍ଦ୍ଧ ଜିଲ୍ଲାସ୍ତରରେ ହେବ ଓ ଶନିବାର ପ୍ରଥମାର୍ଦ୍ଧ ବ୍ଲକ୍ସ୍ତରରେ ଶୁଣାଣି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟଧାରା ଅନୁଯାୟୀ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ଶୁଣାଣି ଠିକ୍ ସମୟରେ କରିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଭିନବ ଉପାୟ ଗ୍ରହଣ କରାଯାଇଛି । ବ୍ଲକ୍ ଗୁଡିକୁ ନିର୍ଦ୍ଧିଷ୍ଟ ଦିନ ଓ ସମୟ ଦିଆଯିବ । ପଞ୍ଚାୟତସ୍ତରରେ ଲାପ୍ଟପ୍, କ୍ୟାମେରା, ଇଣ୍ଟର୍ନେଟ୍, ବିଜୁଳି ସଂଯୋଗ, ଟେବୁଲ୍, ଜନସାଧାରଣ ବସିବାକୁ ଚୌକି, ପାନୀୟ ଜଳ, ଶୌଚାଳୟ ଆଦି ପୂର୍ବ ପ୍ରସ୍ତୁତି କରାଯିବ । ବିଡିଓ, ନିର୍ବାହୀ ଅଧିକାରୀ ଏବଂ ତହସିଲଦାର ପରିଚାଳନା କରିବେ । ଗ୍ରାମ ପଞ୍ଚାୟତ ସହ ଜିଲ୍ଲାସ୍ତରକୁ କିମ୍ବା ଉପଖଣ୍ଡସ୍ତରକୁ ସଂଯୋଗ କରାଯିବ । କୋଭିଡ୍ ନିୟମ ପାଳନ କରାଯାଇ ଅଭିଯୋଗ ଶୁଣାଣି ଟୋକେନ୍ କରାଯିବ । ବ୍ରହ୍ମପୁର ମହାନଗରରେ ୱାର୍ଡସ୍ତରୀୟ ଅଭିଯୋଗ ଶୁଣାଣି ହେବ । ଲୋକଙ୍କ ଆବେଦନ ଗୁଡିକ ନିର୍ଦ୍ଧାରିତ ଆବେଦନରେ ପୂରଣ ହୋଇ ଅପ୍ଲୋଡ୍ କରାଯିବ । ଅଧିକାରୀଗଣ ନିଜ କାର୍ଯ୍ୟାଳୟରେ ବସି ନିୟମିତ କାର୍ଯ୍ୟ କରିବା ସହ ଅନ୍ଲାଇନ୍ ମାଧ୍ୟମରେ ଅଭିଯୋଗ ପ୍ରକୋÂ ସହ ସଂଯୋଗ ହେବେ । ଲାଇନ୍ ବିଭାଗୀୟ ଅଧିକାରୀଗଣ ନିଜ କାର୍ଯ୍ୟାଳୟରେ ରହି ସମାଧାନ ଦିଗରେ ସହଯୋଗ କରିବେ । ପୁଣି ଜନସାଧାରଣଙ୍କୁ ଅଭିଯୋଗ ଶୁଣାଣି ନିମନ୍ତେ ଜିଲ୍ଲା ସଦର ମହକୁମା କିମ୍ବା ଉପଖଣ୍ଡ କାର୍ଯ୍ୟାଳୟକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons