ଅଣ୍ଡା ଦେଲା ଧଳା କୁମ୍ଭୀର ‘ମଲ୍ଲୀ’

Get real time updates directly on you device, subscribe now.

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ଏକ ଆବଦ୍ଧ ପୋଖରୀ ମଧ୍ୟରେ ରହୁଥିବା ୧୮ ବର୍ଷୀୟା ଦ୍ୱିତୀୟ ଧଳା କୁମ୍ଭୀର ‘ମଲ୍ଲୀ’ ଅଣ୍ଡାଦାନ କରିଛି । ଏହାକୁ ନେଇ ବନ କର୍ମଚାରୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି ।
ଖବରରୁ ପ୍ରକାଶ ଯେ, ମଲ୍ଲୀ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ୧୮ଟି ଅଣ୍ଡା ଦେଇଥିଲା । ପୁରୁଷ କୁମ୍ଭୀର ସହ ସେ ମିଳନ ପ୍ରକ୍ରିୟାରେ ସାମିଲ ହୋଇନଥିବାରୁ ସେ ଅଣ୍ଡାରୁ ଛୁଆ ବାହାରି ନଥିଲା । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ସେ ଅଣ୍ଡା ଦେଇଛି । ତେବେ ପୁରୁଷ କୁମ୍ଭୀର ସହିତ ମଲ୍ଲୀର ମିଳନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଏଥର ବି ସେ ମା’ ହୋଇପାରିବ କି ନାହିଁ, ଆଶଙ୍କା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭିତରକନିକା ଜାତୀୟ ଉଦ୍ୟାନର ଏକ ଆବଦ୍ଧ ପୋଖରୀରେ ବୟସର ଅପରାହ୍ନରେ ପାଦ ଥାପିଥିବା ଭାରତର ପ୍ରଥମ ଶଙ୍ଖୁଆ କୁମ୍ଭୀର ‘ଗୋରୀ’ ଏଯାଏ ମାତୃତ୍ୱ ଲାଭ କରିନାହିଁ । ଗୋରୀକୁ ୧୨ ବର୍ଷ ହେବା ପରେ ଅର୍ଥାତ ୧୯୮୭ ମସିହାରେ ତା ସହ ପୁରୁଷ କୁମ୍ଭୀରର ମିଳନ ପାଇଁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ସେ କାହାକୁ ଉପଯୁକ୍ତ ସାଥୀ ଭାବେ ଆଜି ଯାଏ ଗ୍ରହଣ କରିନି କି ମା’ ହୋଇପାରିନି । ତେବେ ମଲ୍ଲୀ ପାଇଁ ଉପଯୁକ୍ତ ସାଥୀ ଖୋଜିବାକୁ ପରିବେଶବିତ୍ ଓ ପ୍ରାଣୀ ବିଜ୍ଞାନୀମାନେ ଦାବି କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons