୨୪ ଦିନରେ ଫାର୍ମାସିଷ୍ଟଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ, ରୋଗୀସେବା ଠପ୍

Get real time updates directly on you device, subscribe now.

କୋଷାଗୁମୁଡ଼ା: ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ସଂଘ ପକ୍ଷରୁ ୧୨ ଦଫା ଦାବିନେଇ ଗତମାସ ୧୦ ତାରିଖରୁ ଆରମ୍ଭ ହୋଇଥିବା ଆନେ୍ଦାଳନ ୨୪ ଦିନରେ ପହଞ୍ଚିଛି । ଫଳରେ ଜଣେମାତ୍ର ଫାର୍ମାସିଷ୍ଟଙ୍କୁ ନେଇ ଚାଲିଥିବା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଓ ବ୍ଲକର କୋଡିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି । ସରକାରଙ୍କ ସହ ଆଲୋଚନା ଫଳପ୍ରଦ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କାଷାଗୁମୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ କହିଛନ୍ତି । କଳାବ୍ୟାଜ୍ ପିନ୍ଧି ଆନେ୍ଦାଳନ ଚାଲିଥିଲେ ମଧ୍ୟ ୨୪ ଘଣ୍ଟିଆ ରୋଗୀସେବା ଅବ୍ୟାହତ ରହିଥିଲା । କିନ୍ତୁ ଆଲୋଚନା ଫଳପ୍ରଦ ନ ହେବାରୁ କେବଳ ଫାର୍ମାସିଷ୍ଟ କରୁଥିବା ଔଷଧ ବିତରଣ କାମ ହି କରିବେ ବୋଲି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, କୋଡିଙ୍ଗା, ବଡ଼-ଆମ୍ୱଡ଼ା, ମାତିଗାଁ ଆସଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ନଥିବା ଯୋଗୁଁ ଜଣେମାତ୍ର ଫାର୍ମାସିଷ୍ଟ ରୋଗୀ ପରୀକ୍ଷାଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା ଯୋଗାଇ ଆସୁଥିଲେ । କାର୍ଯ୍ୟବନ୍ଦ ଆନେ୍ଦାଳନ ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗ ପରୀକ୍ଷା, ଚିକିତ୍ସା, ରିପୋର୍ଟିଂ କାମ, ବିନା ଏମବିବିଏସ ଡାକ୍ତରଙ୍କ ପ୍ରେସ୍କି୍ରପ୍ସନରେ ଔଷଧ ବିତରଣ ଭଳି କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରୋଗୀମାନେ ଆସି କୌଣସି ପ୍ରକାର ସେବା ନପାଇ ବାଧ୍ୟହୋଇ କାଷାଗୁମୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କରୋନା କଟକଣାରେ ଆର୍ଥିକ ଅନଟନ ମଧ୍ୟରେ ଗାଡ଼ିମୋଟର ବନ୍ଦ ଥିବାବେଳେ ଚଢ଼ା ଦରରେ ଅଟୋ ଭଡା କରି ବହୁ ହାଇରାଣ ହେଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି । ସୂଚନା ଥାଉକି ପ୍ରାୟ ୨ ଲକ୍ଷ ୩୦ହଜାର ଲୋକ କୋଷାଗୁମୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେୋଳ ଏଠାରେ ଡାକ୍ତର ଅଭାବ ରହିଛି । ଫଳରେ କାର୍ଯ୍ୟରତ ୫ଜଣ ଫର୍ମାସିଷ୍ଟ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons