ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ୩୧ ସୁଦ୍ଧା ପ୍ରକାଶ ପାଇବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି ।
ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ ପରେ ଆସନ୍ତା ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ ଆଜି କହିଛନ୍ତି । ଏହା ସହ ସେ କହିଛନ୍ତି, କରୋନା ପାଇଁ ଏଥରକ ମାଟ୍ରିକ୍ ଭଳି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇ ନାହିଁ । ବିକଳ୍ପ ବ୍ୟବସ୍ଥାରେ ସେମାନଙ୍କ ମୂଲ୍ୟାୟନ ଚାଲିଛି । ଆସନ୍ତା ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ଆଶାବାଦୀ ଅଛୁ । ଏଥିପାଇଁ ପ୍ରୟାସ ଚାଲିଛି । କୌଣସି ସମସ୍ୟା ଉପୁଜିଲେ ଆଉ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.