ଜୟପୁର: ଖାଦ୍ୟ ସୁରକ୍ଷା ଆଇନରେ ଗରିବ ପରିବାରକୁ ରେସନ କାର୍ଡ ଯୋଗାଇବାର ବ୍ୟବସ୍ଥା ରହିଛି । ହେଲେ ଏବେବି ଅନେକ ଗରିବ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇନି । ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କୁ ଏଥିରୁ ବଂଚିତ କରାଯାଉଛି । ଏହି କ୍ରମରେ ରେସନ କାର୍ଡରୁ ବଞ୍ଚିତ ହୋଇଥିବା ଜଣେ ବିଧବା ହେଲେ ଡମୁଣୀ ଜାନି(୫୩) । ଘର କୁନ୍ଦାରିଗୁଡାରେ । ଡମୁଣୀ କହିଛନ୍ତି, ପୁଅ ସହ କୁନ୍ଦାରିଗୁଡାରେ ସେ ରହୁଛନ୍ତି । କୁଲି କରି ବଞ୍ଚୁଛନ୍ତି । ସ୍ୱାମୀଙ୍କ ମୃତୁ୍ୟ ପରେ ବିଧବା ଭତ୍ତା ମିଳୁଛି । କିନ୍ତୁ ଆବେଦନ ପରେ ବି ଆଜିପର୍ଯ୍ୟନ୍ତ ଚାଉଳ କାର୍ଡ ମିଳିନି । ସହରର ଧନୀମାନେ ଚାଉଳକାର୍ଡ ପାଉଥିବା ବେଳେ ତାଙ୍କ ଭଳି ଗରିବଙ୍କୁ ଉପେକ୍ଷା କରାଯାଉଛି । ବାଧ୍ୟ ହୋଇ ବଜାରରୁ ଚଡା ଦରରେ ଚାଉଳ କିଣି ଖାଉଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି । ପ୍ରଶାସନ ପକ୍ଷରୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଆଯିବାକୁ ସେ ନିବେଦନ କରିଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.