ମୁଁ ସୁସ୍ଥ ଅଛି, ଘରେ ଅଛି:ଅସୀମା

Get real time updates directly on you device, subscribe now.

ଭୁବନେଶ୍ୱର: ମୁଁ ସୁସ୍ଥ ଅଛି । ମୋର ସେମିତି କିଛି ହୋଇନାହିଁ । ଏକ ଭିଡିଓ ଜାରି କରି ଏହା କହିଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଏଥିସହ ଗତକାଲିଠୁ ତାଙ୍କ ବିଷୟରେ କିଛି ୱେବ୍ସାଇଟ୍ରେ ଯେଉଁ ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି ତାହା ମିଛ ବୋଲି ସେ କହିଛନ୍ତି । ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ଗତକାଲି ଘଟିଥିବା ଦୁର୍ଘଟଣା ମୋ ଭାଇ ସହ ହୋଇଛି । ତାହା ଏକ ଛୋଟ ଦୁର୍ଘଟଣା । ସେ ସମୟରେ ମୁଁ କାର୍ରେ ନଥିଲି । ମୋ ଭାଇର କେବଳ ହାତ ଭାଙ୍ଗିଛି । ମୁଁ ଘରେ ଅଛି ଏବଂ ଭଲ ଅଛି । କିନ୍ତୁ କିଛି ୱେବ୍ପୋର୍ଟାଲ୍ରେ ବାହାରିଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅସୀମା କହିଛନ୍ତି ।
ସେ କହିଛନ୍ତି, ଦୁର୍ଘଟଣା କାହାକୁ ଜଣାଇ ହୁଏନି । ଗତକାଲି ମୋ ଭାଇ ଅଫିସରୁ ଫେରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲେ । ତାର କେବଳ ହାତରେ ଆଘାତ ଲାଗିଛି । ଓଡ଼ିଶାର କେତେ ଦୁର୍ଘଟଣା ଘଟୁଛି । ଏମିତି କୌଣସି ଅପପ୍ରଚାର ମୁଁ ଦେଖୁନାହିଁ । ମୋତେ ନେଇ କାହିଁକି ଅପପ୍ରଚାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଅତି ଦୁର୍ଭାଗ୍ୟଜନକ । କୌଣସି ବଡ଼ ଗଣମାଧ୍ୟମରେ ଏମିତି ଖବର ପ୍ରକାଶ ପାଉନାହିଁ । କିଛି ଛୋଟଛୋଟ ସଂସ୍ଥା ଏବଂ କିଛି ୟୁଟୁ୍ୟବ୍ ଚ୍ୟାନେଲ ଏଭଳି ବିଭ୍ରାନ୍ତିକର ଖବର ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଖବର ମୋତେ ଅତିଷ୍ଟ କରିସାରିଲାଣି । ଏଭଳି ଏକ ଦୁଃଖଦ ସମୟରେ ଅସୀମା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଏବଂ ଫେକ୍ ନୁ୍ୟଜ୍କୁ ନେଇ ମର୍ମାହତ ବୋଲି କହିଛନ୍ତି । ଫେକ୍ ନୁ୍ୟଜ୍ ପରିବେଷଣ କରୁଥିବା ସଂସ୍ଥାକୁ ଚେତାବନୀ ଦେବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେବେ ବୋଲି ସତର୍କ କରାଇ ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons