କୁନି ବୈଜ୍ଞାନିକ ସମ୍ମାନିତ

Get real time updates directly on you device, subscribe now.

ସେମିଳିଗୁଡ଼ା: ନାସା ପକ୍ଷରୁ ମନୋନୀତ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର କୁନି ବୈଜ୍ଞାନିକ ଆରିୟନ ପଟ୍ଟନାୟକଙ୍କୁ ନିÂା ସାମାଜିକ ଅନୁÂାନ ତରଫରୁ ସମ୍ମାନିତ କରାଯାଇଛି । ଆରିୟନଙ୍କ ସଫଳତାକୁ ନେଇ କେବଳ ସେମିଳିଗୁଡା ନୁହେଁ, କୋରାପୁଟ ଜିଲ୍ଲା ଗୌରବାନ୍ୱିତ ବୋଲି ଅନୁÂାନ ଅଧ୍ୟକ୍ଷା ମମତା ରାୟ କହିଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗ ସେମାନଙ୍କ ପରିବାର ଓ ଶିକ୍ଷାନୁÂାନ ପକ୍ଷରୁ ଦିଆଯାଉ ବୋଲି ସେ ମତ ପୋଷଣ କରିଛନ୍ତି ।
ସୂଚନାଯୋଗ୍ୟ, ଅନୀଲ ପ୍ରଧାନଙ୍କ ନେତୃତ୍ୱରେ ଓଡିÿଶାର ୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ନାସା ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଛଅ ମାସର ଦୀର୍ଘ ଗବେଷଣା ପରେ ଏହି ଟିମ୍ ଦ୍ୱାରା ଏକ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା । ଏହାକୁ ନାସାକୁ ପଠାଯାଇଥିଲା । ବିଶ୍ୱର ୭୩ ଟି ଦେଶର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଆରିୟନ୍ କୃତ୍ୱିତ୍ୱ ହାସଲ କରିଥିଲେ । ଆରିୟନଙ୍କ ଭଳି ଅନ୍ୟ ଛାତ୍ରଛାତ୍ରୀ ଓ ଯୁବଗୋÂୀ ଏ ଦିଗରେ ଆଗକୁ ବଢିବା ଦରକାର ବୋଲି ଏହି ଅବସରରେ ଅନୁÂାନ ଆଶା ରଖିଥିବା ଅଧ୍ୟକ୍ଷା କହିଛନ୍ତି । କାର୍ଯ୍ୟକ୍ରମରେ ଆଶା ଶର୍ମା, ପଙ୍କଜିନୀ ଦାସ, ପ୍ରତିମା ପଟ୍ଟନାୟକ, ସଂଘ ସଭାପତି ବିନୟ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons