ବେଆଇନ ଲୁହାପଥର ଖନନ

Get real time updates directly on you device, subscribe now.

ରାଇରଙ୍ଗପୁର :ଗୋରୁମହିଷାଣୀ ଲୌହଖଣିର ନୂତନ ଲିଜଧାରୀ ଭାବେ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନସ ପ୍ରା.ଲି. ପୁନଃ ଲିଜ ନେବାପାଇଁ ସକ୍ଷମ ହୋଇଛନ୍ତି ।ଗୋରୁମହିଷାଣୀ ଲୌହଖଣି ଲିଜ ଅଂଚଳ ନିକଟସ୍ଥ ବିଲ ପାହାଡ ଝରଣା ପ୍ରାୟାତଃ ସବୁ ସ୍ଥାନରେ ଭୂମିତଳେ ଲୁହାପଥର ଗଚ୍ଛିତ ରହିଛି । ସେହିପରି ଲୌହଖଣି ନିକଟସ୍ଥ ହିକେଇସାହି,କଟୁପିଟ ଇତ୍ୟାଦି ସ୍ଥାନରେ ପ୍ରବଳ ମାତ୍ରାରେ ଲୁହାପଥର ଗଚ୍ଛିତ ଥିବାରୁ ଉକ୍ତ ସ୍ଥାନରେ ବେଆଇନ ଭାବେ ଲୁହା ପଥର ଉତ୍ତୋଳନ କାର୍ଯ୍ୟ ଚାଲୁଥିଲା ।କୌଣସି ସୂତ୍ରରୁ ଖବର ପାଇ ଖଣି ବିଭାଗ ଭୁବନେଶ୍ୱରସ୍ଥିତ ଡିଡିଏମ ବି.କେ. ସାହୁଙ୍କ ସହିତ ପୁଲିସବାହିନୀ ଧରି ଖଣି ଅଧିକାରୀ ସୁରେନ୍ଦ୍ର ନାଥ ସିଙ୍କୁ,ସହକାରୀ ମାଇନିଂ ଅଫିସର ମୁରଲୀ ଧର ନାୟକ,ମାଇନିଂ ଇନିସପେକ୍ଟର ମଙ୍ଗଲ ଚନ୍ଦ୍ର ହେମ୍ବ୍ରମଙ୍କ ସହିତ ଅଚାନକ ଉକ୍ତ ଗ୍ରାମଗୁଡିକରେ ବେଆଇନ ଭାବେ ଉତ୍ତୋଳନ ହୋଇଥିବା ସର୍ବମୋଟ ୧୨୧ଟନ ଲୁହାପଥରକୁ ଜବତ କରି ଗୋରୁମହିଷାଣୀ ଲୌହଖଣି ପାଶ୍ୱର୍ରେ ଜମା ରଖିଛନ୍ତି ।ଖଣି ବିଭାଗର ପୁଲିସବାହୀନୀ ସହିତ ମିଳିତ ଚଢ଼ଉରେ ଚୋରା ଲୁହାପଥର ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏତେ ସଂଖ୍ୟାରେ ଉକ୍ତ ଅଂଚଳର ଲୁହାପଥର ବେଆଇନ ଭାବେ ଉତ୍ତୋଳନ ହେବା ସ୍ଥାନୀୟ ଖଣି ଅଧିକାାରୀମାନେ କିପରି ଜାଣି ପାରିଲେ ନାହିଁ ତାରା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରେ ।ଉକ୍ତ ଖଣିବିଭାଗର ଉଚ୍ଚସ୍ତରୀୟ ଟିମ ୩ ଦିନ ଗୋରୁମହିଷାଣୀ ନିକଟବର୍ତୀ ସମସ୍ତ ଖଣିଲିଜ ଅଂଚଳ ଓ ପାଶ୍ୱର୍ବର୍ତୀ ଅଂଚଳ ଅନୁଧ୍ୟାନ କରି ଭୁବନେଶ୍ୱର ପତ୍ୟାବର୍ତନ କରିଛନ୍ତି ।ଏ ସମ୍ବନ୍ଧରେ ଖଣି ଅଧିକାରୀ ଶ୍ରୀଯୁକ୍ତ ସିଙ୍କୁକ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons