ବୈପାରିଗୁଡା:ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ଏଠାରେ ସର୍ବ ଭାରତୀୟ ମହିଳା ସାସ୍କୃତିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଏ ସମ୍ପର୍କରେ ଏକ ଦାବିପତ୍ର କୋରାପୁଟ ଜିଲାପାଳଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ଗୋÂୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।
ସଙ୍ଗଠନ କରିଥିବା ଦାବିଗୁଡିକ ମଧ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ରୋକିବା, କରୋନା ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାକୁ ଉପଯୁକ୍ତ ବ୍ୟବସ୍ଥା କରିବା, ମିଥ୍ୟା ମାମଲାରେ ଅଭିଯୁକ୍ତ ଥିବା ସମସ୍ତ ରାଜନେତା ଓ ସାମାଜିକ କର୍ମୀଙ୍କୁ ମୁକ୍ତ କରିବା, ମଦ ସହିତ ସମସ୍ତ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରିବା ଆଦି ରହିଛି । ସଙ୍ଗଠନ ସମ୍ପାଦିକା ଲକ୍ଷ୍ମୀ ବାରିକ ଏହାର ନେତୃତ୍ୱ ନେଇଥିଲେ । ପ୍ରମିଳା ପୂଜାରୀ, ତାଇରା ବିବି, ବୁଦ୍ରୀ କମାର, ଦନାଇ ଦଳେଇ, ପାର୍ବତୀ ପୂଜାରୀ ପ୍ରମୁଖ ସାମିଲ ହୋଇଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.