କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ

Get real time updates directly on you device, subscribe now.

କୋରାପୁଟ: ପଟ୍ଟାଙ୍ଗି ବ୍ଲକର ନେରେଡ଼ିବାଲସାରେ ଗ୍ରାମ ଲୋକଙ୍କ ଦ୍ୱାରା ପତିତପାବନ ମନ୍ଦିର ପ୍ରତିÂା ପରେ ଆନ୍ଧ୍ର ଅଧିକାରୀଙ୍କ ମୁଣ୍ଡ ବିନ୍ଧା ବଢ଼ିଛି । ଫଳରେ ଆନ୍ଧ୍ର ଅଧିକାରୀ ଘନଘନ ନେରେଡ଼ିବାଲସା ଆସି ମନ୍ଦିର ପରିସର ନିରୀକ୍ଷଣ କରି ଫେରୁଛନ୍ତି । ଏଭଳି ସ୍ଥିତିରେ ଆଜି ନେରେଡ଼ିବାଲସାରେ ଆମ କୋଟିଆ ସଙ୍ଗଠନ ପକ୍ଷରୁ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରହିଥିଲା । ସଙ୍ଗଠନର କର୍ମକର୍ତ୍ତାମାନେ କୋଟିଆରେ ପହଞ୍ଚିବା ପରେ ପ୍ରବଳ ବର୍ଷା ଯୋଗୁ ନେରେଡ଼ିବାଲସା ଯାଇନପାରି କୋଟିଆ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଫେରିବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ ଆମ କୋଟିଆ ସଙ୍ଗଠନର କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ଆଜି ଆନ୍ଧ୍ର ପକ୍ଷରୁ ବଡ଼ ଷଡ଼ÿଯନ୍ତ୍ର କରାଯାଇଥିଲା । ଆନ୍ଧ୍ର ଅଧିକାରୀମାନେ ଆଜି କୋଟିଆ ଅଞ୍ଚଳର ନେରେଡ଼ିବାଲସା ଓ ଉପରସେମ୍ବି ଅଞ୍ଚଳରେ ଅନୁପ୍ରବେଶ କରିଥିଲେ । ଉପରସେମ୍ବିରେ ସମୀକ୍ଷା ବୈଠକ କରିଥିଲେ । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଲୋଭନୀୟ ଯୋଜନା ସମ୍ପର୍କରେ ବୁଝାଇଥିଲେ । ବୈଠକ ପରେ ଗ୍ରାମଲୋକଙ୍କୁ ଭେଟି ସେମାନଙ୍କ ଆବଶ୍ୟକତା ସଂପର୍କରେ ପଚାରି ବୁଝିଥିଲେ ।
ପାର୍ବତୀପୁରମର ପିଏ ଅଇଟିଡିଏ କୁର୍ମା ନାଧ, ସାଲୁର ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ ଜି. ପାର୍ବତୀ ପ୍ରମୁଖ ଉପରସେମ୍ବି ଗୀର୍ଜାଗୃହରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରି ଫେରି ଯାଇଛନ୍ତି । ଆମ କୋଟିଆ ସଙ୍ଗଠନର ଆବାହକ ଗଦାଧର ପରିଡ଼ା କହିଛନ୍ତି, ନେରେଡ଼ିବାଲସାରେ ପତିତପାବନ ମନ୍ଦିର ହେବା ପରେ ଆନ୍ଧ୍ର ଏଜେଣ୍ଟମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି । କୋଟିଆ ସମସ୍ୟା ସୁପ୍ରିମକୋର୍ଟରେ ଅଛି । ତଥାପି ଆନ୍ଧ୍ର ଅଧିକାରୀମାନେ କୋଟିଆ ଅଞ୍ଚଳ ସମ୍ପୂର୍ଣ୍ଣ ଆନ୍ଧ୍ରର ବୋଲି ବିବେଚନା କରୁଛନ୍ତି । କୋଟିଆ ଅଞ୍ଚଳ ଓଡ଼ିଶାର ବୋଲି ପ୍ରମାଣ ରହିଛି । ବ୍ରିଟିଶ ଅମଳରେ ପ୍ରସ୍ତୁତ ଓଡ଼ିଶା ମାନଚିତ୍ରଏହାର ଜ୍ୱଳନ୍ତ ପ୍ରମାଣ । ଏଥିସହ ପାଚିପେଣ୍ଟା ଅଞ୍ଚଳ ହେଉଛି ଜୟପୁର ରାଜାଙ୍କ ଜମିଦାରୀ । ୧୯୫୨ରେ ଜମିଦାରୀ ପ୍ରଥା ଉଛେଦ ହେଲା । ସେହି ସମୟରେ ଜୟପୁର ରାଜାଙ୍କ ଜମିଦାରୀ ଓଡ଼ିଶାସହ ମିଶ୍ରଣ ହୋଇଥିଲା । ତେଣୁ ପାଚିପେଣ୍ଟା ଅଞ୍ଚଳ ଆନ୍ଧ୍ର କବ୍ଜାରେ କିଭଳି ଅଛି ତାହାର ତର୍ଜମା ରାଜ୍ୟ ସରକାର କରନ୍ତୁ । ଏହା ହୋଇପାରିଲେ ଆନ୍ଧ୍ର ଅଧୀନରେ ଥିବା ଓଡ଼ିଶାର ଅନେକ ଅଞ୍ଚଳ ଓଡ଼ିଶାକୁ ଆସିପାରିବ । କୋଟିଆ ପଞ୍ଚାୟତରେ ଏବେ ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି ବଢ଼ିଛି । ନେରେଡ଼ିବାଲଦାରେ ପତିତପାବନ ମନ୍ଦିର ପ୍ରତିÂା ଓ ଦେବୀ ମନ୍ଦିର ପୁନଃଉଦ୍ଧାର ପରେ ଆନ୍ଧ୍ର ଅଧିକାରୀ ଓ ନେତା ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ନେରେଡ଼ିବାଲସାରେ ଓଡ଼ିଶା ପକ୍ଷରୁ ଯୋଗାଣ ବିଭାଗର ଦୋକାନ ଗୃହ, ଅଙ୍ଗନବାଡ଼ି ଏବଂ ତାଡ଼ିବାଲସାରେ ସ୍କୁଲ ଗୃହ ନିର୍ମାଣ ନେଇ କୌଣସି ପ୍ରତିକ୍ରିୟାା ନଥିବା ବେଳେ ମନ୍ଦିର ପ୍ରତିÂା ପରେ ଆନ୍ଧ୍ରର ବିରୋଧ କଣ ପାଇଁ ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିଛନ୍ତି । ମନ୍ଦିର ପ୍ରତିÂା ପରେ ଏହାକୁ ନେଇ ଯେଉଁ ବିରୋଧାଭାବ ସୃଷ୍ଟି ହୋଇଛି, ତାହା ପଛରେ ଧର୍ମାନ୍ତରୀକରଣରେ ଲିପ୍ତ କେତେକ ବ୍ୟକ୍ତିଙ୍କ ହାତଥିବା ଶ୍ରୀ ପରିଡ଼ା କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons