ନିର୍ଭୀକତାର ସହ ଅଲିମ୍ପିକ୍ସରେ ଭାଗ ନିଅ: ମୋଦି

Get real time updates directly on you device, subscribe now.

ଭୁବନେଶ୍ୱର: ‘ଦୂତି ତୁମ ନାଁର ଅର୍ଥ ହେଉଛି ଚମକ, ଦୂତିର ଅର୍ଥ ମଧ୍ୟ ‘ଆଭା’ । ଖେଳ ମାଧ୍ୟମରେ ତୁମର ଚମକ ଦେଖାଉଛ । ଦେଶ ପାଇଁ ବହୁ ରେକର୍ଡ ପ୍ରତିÂା କରିଛ । ଦେଶର ଆଶା ଏଥର ଅଲିମ୍ପିକ୍ ପୋଡିୟମରେ ତୁମେ ନିଜର ସ୍ଥାନ ନିଶ୍ଚିତ ତିଆରି କରିବ । ନିର୍ଭୀକତାର ସହ ଅଲିମ୍ପିକ୍ସରେ ଭାଗ ନିଅ, ପୂରା ଭାରତ ଆମ ଅଲିମ୍ପିକ୍ସ ଖେଳାଳିଙ୍କ ସହ ରହିଛି । ତୁମକୁ ମୋର ବହୁତ ଶୁଭକାମନା ଓ ତୁମ ମାତା ଓ ପିତାଙ୍କୁ ମୋର ବିଶେଷ ପ୍ରଣାମ ।’ ଅଲିମ୍ପିଆନ ଦୂତି ଚାନ୍ଦଙ୍କ ସହ ଆଜି ଭର୍ଚୁଆଲରେ କଥା ହେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି ।
ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ଆଜି ପ୍ରଧାନମନ୍ତ୍ରୀ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଦେଶର ସମସ୍ତ କ୍ରୀଡ଼ାବିତଙ୍କ ସହ କଥା ହୋଇଥିଲେ । ୧୮ଟି କ୍ରୀଡ଼ାରେ ମୋଟ୍ ୧୨୬ ଜଣ କ୍ରୀଡ଼ାବିତ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କ ଭଲ ମନ୍ଦ ପଚାରି ବୁଝିବା ସହ ଅଲିମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ଦୂତି ଉଭୟ ୧୦୦ ଓ ୨୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ୧୦୦ ମିଟର ଦୌଡ଼ରେ କ୍ରମାନ୍ୱୟରେ ଦ୍ୱିତୀୟ ଥର ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଆଥଲେଟ୍ । ଦୂତିଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ କହିଥିଲେ, ଅଲିମ୍ପିକ୍ସରେ ସମସ୍ତଙ୍କ ଚର୍ଚ୍ଚାରେ ରହିବା ପାଇଁ ପ୍ରସ୍ତୁତ ଅଛ କି? ଏତେ ବଡ଼ ପ୍ରତିଯୋଗିତାକୁ ତୁମେ କେମିତି ଦେଖୁଛ?
ଉତ୍ତରରେ ଦୂତି କହିଥିଲେ, ‘ସାର୍, ମୁଁ ଜଣେ ବୁଣାକାର ପରିବାରରୁ ଆସିଛି । ଆମ ପରିବାରରେ ୯ ଜଣ ସଦସ୍ୟ । ୬ ଜଣ ଭଉଣୀ ଏବଂ ଜଣେ ଭାଇ । ଆମ ପରିବାରରେ ଯେତେବେଳେ ଖାଲି ଝିଅ ଜନ୍ମ ହେଉଥିଲେ, ପଡୋଶୀ ଏବଂ ଗାଁ ଲୋକ ଭାରି ସମାଲୋଚନା କରୁଥିଲେ । ଏତେ ଝିଅ କାହିଁକି ଜନ୍ମ କରୁଛ ବୋଲି କହୁଥିଲେ । ଘରେ ବହୁତ ଅଭାବ ଥିଲା । ବାପାଙ୍କ ରୋଜଗାର ବି କମ୍ ଥିଲା । ଦି’ଓଳି ଖାଇବା ଓ ଭଲ ପିନ୍ଧିବାକୁ ନ ଥିଲା । ମୋ ମନରେ ଏହା ଥିଲା ଯେ, ଯଦି ଭଲ ଖେଳିବି ଦେଶ ପାଇଁ ସୁନାମ ଆଣିବି । ଏଥ-ôସହ ମୋତେ ସରକାରୀ ଚାକିରୀ ଖଣ୍ଡେ ମିଳିଯିବ । ଏହା ଫଳରେ ମୋ ପରିବାରର ଆର୍ଥିକ ସ୍ଥିତି ବଦଳାଇ ପାରିବି । ଆଉ ଏଥିପାଇଁ ମୋ ଜୀବନରେ ବହୁତ କିଛି ବଦଳିଛି । ସେଥିପାଇଁ ଆପଣଙ୍କୁ, ଆମ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ସାର୍ ଏବଂ ଯେଉଁମାନେ ମୋତେ ସହାୟତା କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।
ଖବର କାଗଜ ଓ ଟେଲିଭିଜନରୁ ଆପଣ ଜାଣିଥିବେ, ମୋ ଜୀବନରେ ସବୁବେଳେ ବିବାଦୀୟ ପରିସ୍ଥିତି ଲାଗି ରହିଛି । ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଏହି ସ୍ଥାନରେ ପହଞ୍ଚି ପାରିଛି । ଜୀବନରେ ଦ୍ୱିତୀୟ ଥର ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛି । ମୁଁ ମୋର ଶ୍ରେÂ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ଏବଂ ଦେଶ ପାଇଁ ପଦକ ଆଣିବାକୁ ପ୍ରୟାସ କରିବି ।’
ପୁଣି ପ୍ରଧାନମନ୍ତ୍ରୀ କହିଥିଲେ, ଦୂତି ତୁମର ବର୍ଷ ବର୍ଷ ପରିଶ୍ରମର ଫଳାଫଳ ମାତ୍ର କିଛି ସେକେଣ୍ଡରେ ହୋଇଥାଏ । ଜିତିବା ଓ ହାରିବା ମଧ୍ୟରେ ଆଖି ପତା ପକାଇଲା ଭଳି ସମୟର ତଫାତ ରହିଥାଏ । ଏହାର ସାମ୍ନା କରିବା କେତେ କଷ୍ଟକର ହୋଇଥାଏ?
ଦୂତି କହିଥିଲେ, ବିଶେଷ କରି ୧୦୦ ମିଟରରେ ଦୌଡ଼ିବା ବହୁତ କଷ୍ଟକର ହୋଇଥାଏ । କାରଣ ୧୦/୧୧ ସେକେଣ୍ଡ ମଧ୍ୟରେ ଦୌଡ଼ ଶେଷ ହୋଇଯାଇଥାଏ । ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡେ଼ । କେବଳ ଖେଳ ପଡ଼ିଆରେ ଅଭ୍ୟାସ ନୁହଁ, ଜିମ୍ ଓ ସୁଇମିଂ ପୁଲ୍ରେ ମଧ୍ୟ ସମୟ ଦେବାକୁ ହୁଏ । ସବୁ ସ୍ଥିତିକୁ ଚ୍ୟାଲେଞ୍ଜର ସହ ସାମ୍ନା କରିବାକୁ ପଡ଼ିଥାଏ । ଆରମ୍ଭରୁ ଟିକିଏ ତ୍ରୁଟି ହୋଇଥିଲେ ଅଯୋଗ୍ୟ ଘୋଷିତ ହେବାକୁ ପଡେ଼ । ତେଣୁ ଥରେ ପ୍ରତିଯୋଗିତାରେ ଦୌଡ଼ିବାକୁ ହେଲେ ୧୦୦୦ରୁ ଊଦ୍ଧ୍ୱର୍ ଥର ଅଭ୍ୟାସ କରିବାକୁ ହୁଏ । ପ୍ରତିଯୋଗିତା ପୂର୍ବରୁ ମନରେ ଭୟ ଆସିଥାଏ, ମାତ୍ର ସବୁ କିଛି ସାହସର ସହ ସାମ୍ନା କରିବାକୁ ପଡେ଼ ।’
ଦୂତି ଚାନ୍ଦ ମାତ୍ର .୦୨ ସେକେଣ୍ଡରୁ ସିଧାସଳଖ ଟୋକିଓ ଟିକେଟ୍ ହାସଲରୁ ବଞ୍ଚିତ ହୋଇଥିଲେ । କିନ୍ତୁ ପରେ ସେ ବିଶ୍ୱ ମାନ୍ୟତା ଅନୁସାରେ ଉଭୟ ୧୦୦ ଓ ୨୦୦ ମିଟରରେ ଟୋକିଓ ଯୋଗ୍ୟତା ହାସଲ କରିଛନ୍ତି । ଗତ ମାସ ୨୧ ତାରିଖରେ ଦୂତି ୧୦୦ ମିଟର ଦୌଡ଼ରେ ନିଜର ପୂର୍ବ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ପ୍ରତିÂା କରିଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ୧୧.୧୭ ସେକେଣ୍ଡରେ ଦୌଡ଼ ଶେଷ କରିଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons