ଘରୁ ତଡ଼ିଦେଲା ସ୍ୱାମୀ, ନ୍ୟାୟ ପାଇଁ ମହିଳା ପୁଲିସର ଦ୍ୱାରସ୍ଥ

Get real time updates directly on you device, subscribe now.

ନବରଙ୍ଗପୁର: ଯୌତୁକ ଦାବି କରି ୨ କୁନିକୁନି ପିଲାଙ୍କ ସହ ମହିଳାଙ୍କୁ ଘରରୁ ତଡ଼ିଦେଇଛି ସ୍ୱାମୀ । ସ୍ତ୍ରୀକୁ ଘରୁ ତଡ଼ିଦେବା ପରେ ସ୍ୱାମୀ ଦ୍ୱିତୀୟ ବିବାହ କରିଛି । ଶ୍ୱଶୁର ଘରର ଅକଥନୀୟ ନିର୍ଯାତନା ସହ୍ୟ କରି ନ ପାରି ବାପଘରକୁ ଫେରିଛି । ନ୍ୟାୟ ପାଇଁ ମହିଳା ପୁଲିସ୍ର ଦ୍ୱାରସ୍ଥ ହୋଇଛି । ଏନେଇ ମହିଳା ଜଣକ ଝରିଗାଁ ଥାନାରେ ଏତଲା ଦେଇଛନ୍ତି ।
ଏତଲା ଅନୁଯାୟୀ, ଝରିଗାଁ ବ୍ଲକ କୁକୁରାକୋଟର ଧନେଇ ଠାକୁର । ୭ ବର୍ଷ ତଳେ କଳାହାଣ୍ଡି ଜିଲ୍ଲା କୁଟ୍ରାଗାଁର ରେଜାକାନ୍ତ ଠାକୁରଙ୍କୁ ପ୍ରେମ ବିବାହ କରିଥିଲେ । ପ୍ରେମବିବାହ ପରେ ଶ୍ୱଶୂର ଘର ମଧ୍ୟ ବୋହୂ ଭାବେ ତାଙ୍କୁ ଗ୍ରହଣ କରିଥିଲେ । ତାଙ୍କର ୨ଟି ପୁଅ ଝିଅ । ବିବାହର କିଛି ବର୍ଷ ହସଖୁସିରେ କଟିଥିଲା । କିନ୍ତୁ ତାଙ୍କ ସ୍ୱାମୀ ରେଜାକାନ୍ତ ଠାକୁର ମଦ୍ୟପାନ କରି ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ପ୍ରତିଦିନ ତାଙ୍କୁ ଯୌତୁକ ନ ଆଣି ଖାଲି ହାତରେ ଆସିଥିବା ନେଇ ଶ୍ୱଶୂର ଘରଲୋକ ମଧ୍ୟ ଗାଳିଗୁଲଜ ଦେବା ଆରମ୍ଭ କରିଥିଲେ । ଶେଷକୁ ଦ୍ୱିତୀୟ ବିବାହ କରି ଯୌତୁକ ୫ଲକ୍ଷ ଟଙ୍କା ମିଳିଥିବା କହି ତାଙ୍କୁ ଘରୁ ୨ ପୁଅ ଝିଅଙ୍କ ସହ ତଡ଼ି ଦେଇଥିଲେ । ବାପ ଘରୁ ୫ ଲକ୍ଷ ଟଙ୍କା ଆଣିଲେ ଘରେ ରଖିବୁ ବୋଲି ଧମକେଇ ଧନେଇଙ୍କୁ ଘରରୁ ତଡ଼ି ଦେଇଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି । ତେବେ ଥାନା ଅଧିକାରୀ ଅନ୍ୟ କୋ÷ଣସି କାର୍ଯ୍ୟରେ ଗସ୍ତ କରିଥିବା କାରଣରୁ ତାଙ୍କୁ ଭେଟି ପାରିନଥିବା ଧନେଇ କହିଛନ୍ତି । ପୁଲିସ୍ ପ୍ରଶାସନ ପକ୍ଷରୁ ଧନେଇଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମାଜସେବୀ କୁନିମଣି ସାହୁ ଦାବି କରିଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons