ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ରଜ ଉତ୍ସ ବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):୨୦୧୮ ଜୁଲାଇରେ ଶୁଭାରମ୍ଭ ହୋଇଥିବା ଏସ୍ପ୍ଲାନେଡ୍ ୱାନ୍ ମଲ୍ ପ୍ରଥମ ଥର ପାଇଁ ପାଳନ କରୁଛି ରଜ ମହୋତ୍ସ ବ । ଏହି ପରିପ୍ରେକ୍ଷୀରେ ମହିଳାଙ୍କ ପାଇଁ ମନୋରଞ୍ଜନର ଭରପୂର ପ୍ୟାକେଜ୍ ଆଣିଛି ଏହି ମଲ୍ । ୧୦୦ରୁ ଊଦ୍ଧ୍ୱର୍ ଜାତୀୟ ତଥା ଅନ୍ତର୍ଜାତୀୟ ବ୍ରାଣ୍ଡ୍ର ସମ୍ଭାର ଏହି ମଲ୍ରେ ମନୋରଞ୍ଜନ ପାଇଁ ସ୍ଥାନିତ ହୋଇଛନ୍ତି ବିଭିନ୍ନ ପ୍ରକାର ଡାଏନୋସର । ରାଜ୍ୟରେ ୩ ଦିନ ଧରି ପାଳିତ ହେଉଥିବା ଏହି ପର୍ବ ଉପଲକ୍ଷେ ମଲ୍ ପକ୍ଷରୁ ବିଭିନ୍ନ ଖାଦ୍ୟ ଏବଂ ଫ୍ୟାସନ୍ ବ୍ରାଣ୍ଡରେ ଆକର୍ଷଣୀୟ ଅଫର ପ୍ରଦାନ କରାଯିବ । ମଲ୍କୁ ଏଭଳି ଭାବେ ସଜାଯାଇଛି ଯେ, ଗୋଟିଏ ଛାତ ତଳେ ରଜର ସମସ୍ତ ମହକ ମିଳିବ । ରଜଦୋଳିଠାରୁ ଆରମ୍ଭ କରି ପିଠା, ପାନ ସବୁକିଛି ଏଠାରେ ମିଳିବ । ପ୍ରତି ଫ୍ଲୋରରେ ରଜ ସେଲିବ୍ରେସନ ଜଣାପଡିବ । ଏହି ପରିପ୍ରେକ୍ଷୀରେ, ଏସ୍ପ୍ଲାନେଡ୍ ୱାନ୍ ମଲ୍ର ସେଣ୍ଟର ଡାଇରେକ୍ଟର ପାର୍ଥ ପ୍ରତୀମ ନାୟକ କହିଛନ୍ତି ଯେ, ସ୍ଥାନୀୟ ପର୍ବକୁ କିପରି ନିଆରା ଢ଼ଙ୍ଗରେ ପାଳନ କରାଯାଇପାରିବ ସେଥିପାଇଁ ଆମେ ଏହି ଉଦ୍ୟମ କରିଛୁ । ପ୍ରତିଟି ମହିଳା ନିଜକୁ ସ୍ୱତନ୍ତ୍ର ମନେ କରିବେ । ଉପର ମହଲାରେ ଏକ ଗଛ ରହିଛି, ଯାହାକି ସମସ୍ତ ଆକର୍ଷଣୀୟ ଅଫର୍କୁ ଡିସ୍ପ୍ଲେ କରିବ । ଏହି ଅଫର୍କୁ ଜୁନ୍ ୧୫ରୁ ୧୮ ଯାଏ ହାସଲ କରିହେବ । ରଜ ୩ ଦିନ ଯାକ ଗ୍ରାହକ ମଲ୍ରୁ ଅନେକ ଉପହାର ଜିତିପାରିବେ ବୋଲି ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons