ଅଟୋ ପଛରେ ପିଟିଲା କାର୍୍, ଚାଳକ ଆହତ

Get real time updates directly on you device, subscribe now.

ନିମବାହାଳି: ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ହଳଦିଆବାହାଳ ଛକରେ ଆଜି ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଅଟୋକୁ ପଛରୁ ଏକ କାର୍ ଧକ୍କା ଦେଇଛି । ଦୁର୍ଘଟଣାରେ ଅଟୋଟି ଭାଙ୍ଗି ରୁଜି ଯାଇଥିବା ବେଳେ କାର୍ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ଅଟୋ ଚାଳକ ସୁଶୀଳ ସାହୁ(୫୦) ଲହୁଲୁହାଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ,ମାଡ଼ୁଆ ଗାଁର ସୁଶୀଳ ଅଟୋ ଚଳାଇ ଗୁଡ଼ିଆକାଟେଣୀ ଛକରୁ ନିମବାହାଳି ଅଭିମୁଖେ ଆସୁଥିଲେ । ଅନୁଗୁଳ ଅଭିମୁଖେ ଯାଉଥିବା ଏକ କାର୍ ଦ୍ରୁତଗତିରେ ଆସି ପଛରୁ ଅଟୋକୁ ଧକ୍କା ଦେଇଥିଲା । ଯାହା ଫଳରେ ଅଟୋଟି ତିନିଥର ପଲଟି ରାସ୍ତା ପାଶ୍ୱର୍ରେ ପଡ଼ିଥିଲା । ଅଟୋଚାଳକ ସୁଶୀଳଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେରାମଣ୍ଡଳୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ମୋଟଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚô କାର୍ ଚାଳକକୁ ଅଟକ ରଖିବା ସହ ଗାଡ଼ିଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons