୩ ବଖରା ଘର ଭାଙ୍ଗିଲା ହାତୀ

Get real time updates directly on you device, subscribe now.

ଓଡାପଡ଼ା: ଓଡ଼ାପଡ଼ା ବ୍ଲକ୍ ମେରାମଣ୍ଡଳୀ ସେrନ ଅନ୍ତର୍ଗତ ଗଉଡ଼କାଟେଣୀ ଓ କାଲୁସାହିକାଟେଣୀରେ ଗତ ରାତିରେ ହାତୀ ଉପଦ୍ରବ କରି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ହାତୀ ୩ ବଖରା ଚାଳ ଛପର ଘର ଭାଙ୍ଗି ଦେଇଛନ୍ତି । କାନ୍ଥ ମାଡ଼ି ବସିବାରୁ ଜଣେ ମହିଳା ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ହାତୀପଲ ଦୁଇ ଦଳ ହାଇ ୫୫ ନଂ ଜାତୀୟ ରାଜପଥ,କେନାଲ୍ ପାର ହୋଇ ରେଳଧାରଣା ଉପରକୁ ଯାଇଥିଲେ । ରେଳଧାରଣାର ଦୁଇ ପାଶ୍ୱର୍ରେ ଲୁହାଜାଲିର ସୁରକ୍ଷା ବାଡ଼ ଦିଆଯାଇଥିବା ବେଳେ ତା ମଧ୍ୟରେ ହାତୀପଲ ପଶି ଫସି ରହିଥିଲେ । ରାତି ପ୍ରାୟ ୮ଟା ସମୟରେ ଖୋର୍ଦ୍ଧାରୁ ଆସୁଥିବା ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନ୍ ଚାଳକ ହାତୀପଲଙ୍କୁ ରେଳ ଧାରଣାରେ ଦେଖି ଟ୍ରେନ୍ ଅଟକାଇଥିଲେ । ଖବର ପାଇ ବନ କର୍ମଚାରୀମାନେ ପହଞ୍ଚô ହାତୀପଲଙ୍କୁ ରେଳଧାରଣାରୁ ହଟାଇବାକୁ ଉଦ୍ୟମ କରିଥିଲେ । ହାତୀପଲ ଲୁହା ଜାଲି ଠେଲି ଭାଙ୍ଗି ଦେଇ ରେଳଧାରଣାରୁ ଓହ୍ଲାଇ ଚାଷ ଜମିଆଡ଼କୁ ମୁହାଁଇଥିଲେ । ମଧ୍ୟ ରାତିରେ ହାତୀପଲ ଗଉଡ଼କାଟେଣୀ ହରିଜନ ସାହି ଭିତରେ ପଶି ନିରଞ୍ଜନ ନାଏକଙ୍କ ଚାଳ ଘରକୁ ପଛ ପାଖରୁ ଭାଙ୍ଗିଥିଲେ । ଘର ଭିତରେ ନିରଞ୍ଜନ ଓ ତାଙ୍କ ସ୍ତ୍ରୀ ପୂଜା ଶୋଇଥିବା ବେଳେ କାନ୍ଥ ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । କାନ୍ଥ ପଡ଼ି ପୂଜାଙ୍କ ଗୋଡ଼ ଗଭୀର ଭାବେ ଆଘାତପ୍ରାପ୍ତ ହୋଇଛି । ଜୀବନ ବଞ୍ଚାଇବାକୁ ନିରଞ୍ଜନ ସ୍ତ୍ରୀ ପୂଜାଙ୍କୁ ଉଦ୍ଧାର କରି ସେହି ଘରୁ ବାହାରି ନିକଟସ୍ଥ ଆଉ ଏକ ଘର ମଧ୍ୟକୁ ପଳାଇଯାଇଥିଲେ । ଖବର ପାଇ ହାତୀ ସ୍କ୍ୱାଡ଼୍ ଓ ବନ କର୍ମଚାରି ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ପୂଜାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପୂଜାଙ୍କ ଗୋଡ଼ରେ ଆଘାତ ଲାଗିଥିବା ମେରାମଣ୍ଡଳୀ ସେrନର ଫରେଷ୍ଟ ଗାଡର଼୍ ଶ୍ରୀକାନ୍ତ ଗୁରୁଙ୍କଠାରୁ ଜଣାଯାଇଛି । ପରେ ହାତୀପଲ କାଲୁସାହିକାଟେଣୀର ଅନାଦି ନାଏକଙ୍କ ଏକ ବଖରା, ମୀନକେତନ ସାହୁଙ୍କ ଘରର ମୁଖ୍ୟ କବାଟକୁ ଭାଙ୍ଗି ଦେଇଥିବା ଜଣା ପଡ଼ିଛି । ସକାଳ ହେବା ମାତ୍ରେ ହାତୀପଲ ନିକଟସ୍ଥ ହଳଦିଆବାହାଳ ପାହାଡ଼କୁ ପଲାଇ ଯାଇଥିବା ବେଳେ ସନ୍ଧ୍ୟା ୬ ଟା ସମୟରେ ପୁଣି ପାହାଡ଼ରୁ ଖସି ୫୫ ଜାତୀୟ ରାଜପଥ କଡ଼ କଡ଼ରେ ବୁଲୁଥିବା ଦେଖାଯାଇଥିଲା । ହାତୀପଲଙ୍କ ଉପଦ୍ରବକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons