କ୍ଷେପଣାସ୍ତ୍ର ‘ଆକାଶ-ଏନ୍ଜି’ର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର: କ୍ଷେପଣାସ୍ତ୍ର ଆକାଶ-ଏନ୍ଜି(ନିୟୁ ଜେନେରେସନ ବା ନୂତନ ସଂସ୍କରଣ)ର ସଫଳ ପରୀକ୍ଷଣ ହୋଇଛି । ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ୪୪ ମିନିଟ୍ରେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର୍ ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଏହାର ପରୀକ୍ଷଣ କରାଯାଇଥିଲା ।
ଭୃପୃÂରୁ ବାୟୁମଣ୍ଡଳକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଅର୍ଗାନାଇଜେସନ(ଡିଆର୍ଡିଓ) ଓ ହାଇଦ୍ରାବାଦର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଲାବୋରେଟୋରି(ଡିଆରଡିଏଲ) ଦ୍ୱାରା ଏହା ବିକଶିତ । ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିମି । ଏହା ୬୦ କେଜି ଓଜନର ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହାର ପ୍ରଥମ ପରୀକ୍ଷଣ ଗତ ଜାନୁଆରିରେ ହୋଇଥିବା ବେଳେ ମାର୍ଚ୍ଚରେ ୨ ଥର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରକୁ ବାୟୁ ସେନାରେ ବ୍ୟବହାର କରାଯିବ ।
ମଧ୍ୟମ ଦୂରଗାମୀ ଏହି କ୍ଷେପଣାସ୍ତ୍ରଟି ପରୀକ୍ଷା ବେଳେ ରାଡ଼ାର ମାଧ୍ୟମରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା । ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ଧ୍ୱଂସ କରିବାର କ୍ଷମତା ଏହାର ରହିଛି । ପୂର୍ବରୁ ଏହାର ଲକ୍ଷ୍ୟଭେଦ କ୍ଷମତା ୩୦ କିମି ଥିଲା । ଏହି ସଫଳତା ପରେ ଡିଆର୍ଡିଓର ସମସ୍ତ କର୍ମକର୍ତ୍ତାଙ୍କୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons