ବିପଦ ସଙ୍କେତ ଉପରେ ବୈତରଣୀ

Get real time updates directly on you device, subscribe now.

ଭଣ୍ଡାରିପୋଖରୀ: ଉପରମୁଣ୍ଡରେ ଅଧିକ ପରିମାଣର ବର୍ଷା ହେବା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସିଛି । ଗ୍ରୀଷ୍ମଋତୁରେ ବନ୍ୟା ପରେ ଏହା ଦ୍ୱିତୀୟ ବନ୍ୟା ବୋଲି କୁହାଯାଉଛି । ଶନିବାର ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ ଆଖୁଆପଦାରେ ନଦୀ ବିପଦ ସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରିଛି । ସନ୍ଧ୍ୟା ଛଅଟା ସୁଦ୍ଧା ନଦୀ ୧୭.୯୧ମିଟରରେ ପ୍ରବାହିତ ହେଉଛି । ଘଣ୍ଟାପ୍ରତି ତିନି ସେଣ୍ଟିମିଟର ବେଗରେ ଜଳସ୍ତର ବୃଦ୍ଧି ପାଉଛି । ଗତ ଚବିଶ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୯୯.୪୦ ମିମି,ଠାକୁରମୁଣ୍ଡାରେ ୨୧.୦୦ମିମି, କେନ୍ଦୁଝରରେ ୪୯.୦୦ସେମି, ସ୍ୱାମୀ ପାଟଣାରେ ୩୨.୦୦ମିମି, ଆନନ୍ଦପୁରରେ ୧୨.୬୦ ମିମି ଓ ଆଖୁଆପଦାରେ ୧.୪୦ ମିମି ବର୍ଷା ରେକର୍ଡ କରାଯାଇଛି । ନଦୀର ଜଳସ୍ତର ମଧ୍ୟରାତ୍ର ସୁଦ୍ଧା ସ୍ଥିର ହୋଇପାରେ ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons