ଟାଙ୍ଗୀ : କୋରୋନା ମହାମାରୀ ଯୋଗୁଁ ବିପର୍ୟ୍ୟସ୍ତ ହୋଇ ପଡିଛନ୍ତି ଲକ୍ଷ ଲକ୍ଷ ଜନ ସାଧାରଣ ଜନତା….ଏପରି ଘଡି ସନ୍ଧି ମୂହୁର୍ତରେ ଲୋକେ ଟୋପାଏ ରକ୍ତ ପାଇବା ପାଇଁ ହେଉଛନ୍ତି ନାହିଁ ନଥିବା ହିନସ୍ତା….ଏପରି ସ୍ଥଳେ ରାଜ୍ୟରେ ରକ୍ତର ଅଭାବ ନହେବା ପାଇଁ ରାଜ୍ୟର ପ୍ରିୟ ମୁଖ୍ୟ ମନ୍ତ୍ରୀ ନଵୀନ ପଟନାୟକ ନେଇଛନ୍ତି ବଡ ପଦକ୍ଷେପ….ଓଡିଶା ମୋ ପରିବାର ମାଧ୍ୟ୍ୟମରେ ରାଜ୍ୟରେ ରକ୍ତ ସଂଗ୍ରହ କରିବା ପାଇ୍ଁ ଦେଇଛନ୍ତି ନିର୍ଦ୍ଧେଶ….ଏହି ଅଵସର ରେ ଖୋରଧା ଜିଲା
ଟାଙ୍ଗୀ ବ୍ଲକ ଯୁବ ବିଜେଡି ପକ୍ଷରୁ .ଟାଙ୍ଗୀ ଠାରେ ଆୟୋଜିତ ହୋଇ ଯାଇଛି ରକ୍ତ ଦାନ ଶିବିର….ଏହି ରକ୍ତଦାନ ଶିବିର ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ପ୍ରୁଷ୍ଟିଙ୍କ ନେତ୍ରତ୍ୱରେ ଅନୁଷ୍ଠିତ ହୋଇ ଯାଇଛି….କୋଭିଡ୍ କଟକଣାକୁ ଦ୍ରୁଷ୍ଟିରେ ରଖି ଆଗ୍ରହୀ ଯୁବକ ମାନେ ଏହି ଶିବିର ରେ କରିଛନ୍ତି ରକ୍ତଦାନ…..
ଏହି ରକ୍ତଦାନ ଶିବିର ରେ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର…ପୂର୍ବତନ ଜିଲା ପରିଷଦ ଅଧ୍ୟ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର….ଖୋରଧା ଜିଲା ପରିଷଦ ଅଧ୍ୟ୍ୟକ୍ଷ ପ୍ରଫୁଲ ଦଳେଇ…
ଜିଲା ମହିଳା ସଭାନେତ୍ରୀ ଗୀତାଂଜଳୀ ପାଟଶାଣୀ ପ୍ରମୁଖ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉସ୍ଚାହିତ କରିଛନ୍ତି…
ଏହି ଶିବିରରେ ୭୦ ୟୁନିଟ୍ ରକ୍ତ ସଂଗ୍ରୁହିତ ହୋଇ ଯାଇଛି…
ରିପୋର୍ଟ କମଳ ଲୋଚନ ପାଇକରାୟଙ୍କଠାରୁ
Comments are closed, but trackbacks and pingbacks are open.