ରାଇଘର ବ୍ଲକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା

Get real time updates directly on you device, subscribe now.

ରାଇଘର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ଏଥିପାଇଁ ସଂଘର ଏକ ସ୍ୱତନ୍ତ୍ର ବୈଠକ ପୂର୍ବତନ ସଭାପତି କିରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା । ଉପସଭାପତି ଥିବା ଭବାନୀ ନାୟକଙ୍କୁ ନୂଆ ସଭାପତି କରାଯାଇଛି । ନୀଳାମ୍ବର ନାୟକ-ଉପସଭାପତି, ଲଳିତ ମୋହନ ନାୟକ-ସମ୍ପାଦକ, ଜଗତ୍ ଜୀବନ ନାୟକ-କୋଷାଧ୍ୟକ୍ଷ, ଅମୀୟ କୁମାର ମହାପାତ୍ର-ସଂଯୋଜକ ହୋଇଛନ୍ତି । ସଂଘ କିଭଳି ଆଗକୁ ବଢ଼ିବ, ଅସମ୍ପୂର୍ଣ୍ଣ କାର୍ଯ୍ୟକୁ କିଭଳି ସମ୍ପୂର୍ଣ୍ଣ କରାଯିବ ଏବଂ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ସହ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଘ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ମିଶ୍ର, କିରଣ କୁମାର ପଟ୍ଟନାୟକ, ସୁଜିତ କୁମାର ପଣ୍ଡା, ମନୋଜ କୁମାର ରାଜପୁତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଲଳିତ ମୋହନ ନାୟକ ଶେଷରେ ଧନ୍ୟବାଦ ଦେଇଥିଲେ ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons