ଟୋକିଓକୁ ମାଡ଼ି ଆସୁଛି ବାତ୍ୟା

Get real time updates directly on you device, subscribe now.

ଟୋକିଓ: କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବରେ ଆରମ୍ଭ ହୋଇଥିଲା । ଗତ ୨୩ ତାରିଖରେ ବିନା ଦର୍ଶକରେ କ୍ରୀଡ଼ାର ଉଦ୍ଘାଟନ ହେବା ପରେ ଇତିମଧ୍ୟରେ ତୃତୀୟ ଦିନର ଖେଳ ଶେଷ ହୋଇଛି । ଏବେ ଅଲିମ୍ପିକ୍ସ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ବାତ୍ୟା ନେପାର୍ଟକ ଆସନ୍ତାକାଲି ସକାଳେ ସ୍ଥଳ ଭାଗ ଛୁଇଁବ ବୋଲି ଜାପାନ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ବାତ୍ୟା ପୂର୍ବରୁ ରୋଇଂ, ସେଲିଂ ଓ ତୀରନ୍ଦାଜୀ ଭଳି କିଛି ଇଭେଣ୍ଟକୁ ସ୍ଥାନାନ୍ତର କରାଯାଇଛି ।
ଟୋକିଓ ଅଲିମ୍ପିକ୍ସର ମୁଖପାତ୍ର ମାସା ଟାକାୟାଙ୍କ ସୂଚନା ଅନୁସାରେ, ବାତ୍ୟା ଦ୍ୱାରା କ୍ରୀଡ଼ା ସେମିତି ବିଶେଷ ପ୍ରଭାବିତ ହେବ ନାହିଁ । ବିବ୍ରତ ହେବାର କିଛି କାରଣ ନାହିଁ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କ୍ରୀଡ଼ାବିତମାନଙ୍କୁ ବାତ୍ୟା ସଂପର୍କରେ ସତର୍କ କରି ଦିଆଯାଇଛି ।’
ଯାହା ଆଶା କରାଯାଉଛି ବାତ୍ୟା ନେପାର୍ଟକ ଟୋକିଓ ଠାରୁ ବହୁ ଦୂରରେ ସ୍ଥଳ ଭାଗ ଛୁଇଁବ । ତେଣୁ କ୍ରୀଡ଼ା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ବାତ୍ୟାର ପ୍ରଭାବରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେମିତି ସମୁଦ୍ରରେ ବଡ଼ ବଡ଼ ଢେଉ ମଧ୍ୟ ଆସିପାରେ । ଆସନ୍ତାକାଲି ଯେଉଁ ଇଭେଣ୍ଟ ଗୁଡ଼ିକ ପ୍ରଭାବିତ ହେବ ତାହା ବୁଧବାର ନଚେତ ଗୁରୁବାର ଆୟୋଜିତ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons