୭୪ ଦିନ ଲଢ଼ିବା ପରେ ଆଖି ବୁଜିଲେ

Get real time updates directly on you device, subscribe now.

ଜୟପୁର: କୋଭିଡ୍ ସହ ଦୀର୍ଘ ୭୪ ଦିନ ଲଢିଲେ । ଶେଷରେ କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲେ । ଆଜି ସକାଳେ ତାଙ୍କ ମୃତୁ୍ୟ ହୋଇଛି । ମୃତକ ହେଉଛନ୍ତି ସହରର ଜଣେ ୪୫ ବର୍ଷୀୟ ଯୁବକ । ସ୍ଥାନୀୟ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ । ମୃତୁ୍ୟର କାରଣ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି । କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଶାସନ ପକ୍ଷରୁ ଶବ ସ+ାର କରାଯାଇଛି । ଆଜିର ମୃତକଙ୍କୁ ମିଶାଇଲେ ବେସରକାରୀ ଭାବେ ଏ ବର୍ଷ ହୋମ୍ ଆଇସୋଲେସନ୍, ସ୍ଥାନୀୟ କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ ହସପିଟାଲରେ ୧୦୯ ଜଣଙ୍କ ମୃତୁ୍ୟ ହୋଇଛି । ଜିଲ୍ଲାରେ ଗତ ବର୍ଷ ୧୭ ଏବଂ ଏ ବର୍ଷ ୫୨ ଏଭଳି ମୋଟ ୬୯ ଜଣଙ୍କ କୋଭିଡ୍ରେ ମୃତୁ୍ୟ ହୋଇଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଯୁବକଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ଗତ ମେ’ ପ୍ରଥମ ସପ୍ତାହରେ ଅସୁସ୍ଥ ହୋଇ ପଡିଥିଲେ । ପ୍ରାୟ ୫ ଦିନ ପରେ ସହରର ଜଣେ ଡାକ୍ତରଙ୍କୁ ଦେଖା କରିଥିଲେ । ସେତେବେଳକୁ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ୭୫କୁ ଖସି ଆସିଥିଲା । ତୁରନ୍ତ ତାଙ୍କୁ ସ୍ଥାନୀୟ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଥିବାରୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା । କିଛି ଦିନ ପରେ ଅବସ୍ଥାରେ ସୁଧାର ଆସିଥିଲା । ଅମ୍ଳଜାନ ସ୍ତର ଧୀରେ ଧୀରେ କମ କରାଯାଇଥିଲା । ଆଇସିୟୁରୁ ବାହାର କରାଯାଇ ସାଧାରଣ ବେଡ୍ରେ ରଖାଯାଇଥିଲା । ଗତ ଶନିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶ୍ୱାସକ୍ରିୟାରେ ଅସୁବିଧା ଭୋଗିଥିଲେ । ପୁଣି ଥରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଆବଶ୍ୟକ ଚିକିତ୍ସା କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିଲା । ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଚମ୍ପାକୁପୁଲି କୋଭିଡ୍ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons