ଖଇରା: ଖଇରା ତହସିଲ ଅଧୀନ ବାଉଁଶଗଡ଼ିଆ ପଞ୍ଚାୟତର କପିଳଝରି ବନ୍ଦନଟା ଅଞ୍ଚଳର ସରକାରୀ ଜମି କେଉଁ ଜିଲ୍ଲାର ତା’କୁ ନେଇ ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅଞ୍ଚଳଟି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ମିଶ୍ରଣ ସ୍ଥଳ । ଏହାଛଡ଼ା ଏହି ଅଞ୍ଚଳଟି ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ହାତୀ ଚଲାପଥ ପାଇଁ ମଧ୍ୟ ଟ୍ରେଞ୍ଚ ଖୋଳାଯାଇଛି । ମାତ୍ର ସେହି ସ୍ଥାନଟି କେଉଁ ଜିଲ୍ଲାର ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ । ସେଥିପାଇଁ ମଙ୍ଗଳବାର ସେହି ଅଞ୍ଚଳରେ ବାଲେଶ୍ୱର ଏଡିଏମ ଭବେଶ କୁମାର ନାୟକ, ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ଏସିଏଫ ଶରତ ବେହେରା ଏବଂ ମୟୂରଭଞ୍ଜ ଏଡିଏମ ପ୍ରକାଶ ବେହେରା, ଡିଏଫଓ ସନ୍ତୋଷ ଜାସି, ଏସିଏଫ ଦିଲ୍ଲୀପ ବାରିକଙ୍କ ସମେତ ଖଇରା ତହସିଲଦାର ମହେନ୍ଦ୍ର ପ୍ରସାଦ ବେହେରା, କପ୍ତିପଦା ତହସିଲଦାର, କପ୍ତିପଦା ରେଞ୍ଜର ମହେନ୍ଦ୍ର ସିଂ, ସୋର ରେଞ୍ଜର ବବିତା ସୋରେନ ଏବଂ ପ୍ରାଶାସନିକ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ବର୍ଷା ଦିନ ପାଇଁ ପାଗ ଅନୁକୂଳ ନଥିବାରୁ ସୀମା ଚିହ୍ନଟ ହୋଇପାରିନାହିଁ । ତେଣୁ ପାଗ ପରିବର୍ତ୍ତନ ହେଲେ ଏହାକୁ ଚିହ୍ନଟ କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.