ପଦକ ନିଶ୍ଚିତ କଲେ ବକ୍ସର ଲଭଲିନା

Get real time updates directly on you device, subscribe now.

ଟୋକିଓ: ମୀରାବାଈ ଚାନୁଙ୍କ ପରେ ଟୋକିଓରେ କିଏ ହେବେ ଦ୍ୱିତୀୟ ପଦକ ବିଜେତା, ଏହି ପ୍ରତୀକ୍ଷାର ଅନ୍ତ ଘଟିଛି । ମହିଳା ବକ୍ସର ଲଭ୍ଲିନା ବୋର୍ଗୋହେଁ ଦେଶ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କରିଛନ୍ତି । ସେ ଆଜି କ୍ୱାର୍ଟର ଫାଇନାଲରେ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଚାଇନିଜ ତାଇପେର ଚେନ ନିଏନ ଚେନଙ୍କୁ ୪-୧ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ । ଯଦି ସେ ସେମିରେ ବିଜୟୀ ହୁଅନ୍ତି ତେବେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ପାଇଁ ଲଢେ଼ଇ କରିବେ । ପରାଜିତ ହେଲେ ବ୍ରୋଞ୍ଜ ପଦକ ପାଇବେ ।
ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ସେମିରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛନ୍ତି । ଭାରତୀୟ ପୁରୁଷ ହକି ଦଳର ପ୍ରଦର୍ଶନ ବେଶ୍ ଉନ୍ନତ ରହିଛି । ଦଳ ଆଜି ଶେଷ ପୁଲ୍ ମ୍ୟାଚ୍ରେ ଘରୋଇ ଜାପାନକୁ ୫-୩ ଗୋଲରେ ପରାଜିତ କରିଛି । ଭାରତ କ୍ୱାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ । ଭାରତୀୟ ମହିଳା ହକି ଦଳ ଆଜି ୧-୦ ଗୋଲରେ ଆୟର୍ଲାଣ୍ଡକୁ ହରାଇଛି । ମହିଳା ୧୦୦ ମିଟର ଦୌଡ଼ରେ ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସେ ହିଟ୍-୫ରେ ୧୧.୫୪ ସେକେଣ୍ଡ ସହ ସପ୍ତମ ସ୍ଥାନରେ ରହିଥିଲେ ।
ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ବ୍ୟକ୍ତିଗତ ରିକର୍ଭ କ୍ୱାର୍ଟର ଫାଇନାଲ୍ରେ ୦-୬ରେ ଦକ୍ଷିଣ କୋରିଆର ସାନ୍ ଆନଙ୍କ ଠାରୁ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି ।
ୱେଲଟରୱେଟ୍ ୬୯କିଲୋ ଓଜନ ବର୍ଗରେ ଲଭଲିନା ୪-୧ରେ ଚେନଙ୍କୁ ପରାସ୍ତ କରିବା ପରେ ପଦକ ନିଶ୍ଚିତ କରିଥିଲେ । ସେ ସେମି ଫାଇନାଲରେ ତୁର୍କୀର ବିଶ୍ୱର ଏକ ନମ୍ବର ବକ୍ସର ବୁସେନାଜ ସୁର୍ମିନେଲଙ୍କୁ ଭେଟିବେ । ନିୟମ ଅନୁଯାୟୀ ସେମି ଫାଇନାଲ୍ର ଉଭୟ ପରାଜିତ ବକ୍ସର ବ୍ରୋଞ୍ଜ ପଦକ ବିଜୟୀ ହୋଇଥାନ୍ତି । ଲଭଲିନାଙ୍କ ପୂର୍ବରୁ ୨୦୦୮ ଅଲିମ୍ପିକ୍ସରେ ବିଜେନ୍ଦର କୁମାର ଏବଂ ୨୦୧୨ ଅଲିମ୍ପିକ୍ସରେ ଏମ୍.ସି ମେରୀ କମ୍ ବ୍ରୋଞ୍ଜ ପଦକ ଜିତିଥିଲେ । ମହିଳା ୬୦କିଲୋ ଲାଇଟ୍ ୱେଟ୍ ବର୍ଗରେ ଭାରତର ସିମରନଜିତ କୌର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ରାଉଣ୍ଡ-୧୬ରେ ସିମରନଜିତ ପୂର୍ବତନ ଏସୀୟ ଚାମ୍ପିଅନ୍ ଥାଇଲାଣ୍ଡର ସୁଦାପର୍ନ ସିସୋଣ୍ଡିଙ୍କ ଠାରୁ ୦-୫ରେ ପରାଜିତ ହୋଇଥିଲେ ।
ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ସିନ୍ଧୁ ଚତୁର୍ଥ ସିଡ୍ ଜାପାନ୍ର ଆକାନେ ୟାମାଗୁଚିଙ୍କୁ ଭେଟିଥିଲେ । ୫୬ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍ରେ ସେ ସିଧାସଳଖ ୨୧-୧୩, ୨୨-୨୦ ଗେମ୍ରେ ବିଜୟୀ ହୋଇଥିଲେ । ସେମି ଫାଇନାଲ୍ରେ ସେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍ଙ୍କୁ ଭେଟିବେ ।
ପୁରୁଷ ହକିର ଆଜି ଶେଷ ପୁଲ୍ ମ୍ୟାଚ୍ରେ ଭାରତ ୫-୩ ଗୋଲରେ ଜାପାନ ବିପକ୍ଷରେ ବିଜୟୀ ହେବା ସହ ମୋଟ୍ ୧୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ଅଷ୍ଟେ୍ରଲିଆ ୧୩ ପଏଣ୍ଟ ସହ ପୁଲ ଟପ୍ପର ହୋଇଛି । ପୁରୁଷ ହକିର କ୍ୱାର୍ଟର ଫାଇନାଲ ଲାଇନ ଅପ୍ ଚୂଡ଼ାନ୍ତ ହୋଇଯାଇଛି । ଅଗଷ୍ଟ ୧ ତାରିଖରେ ଏହି ପର୍ଯ୍ୟାୟ ରହିଛି । ପ୍ରଥମ କ୍ୱାର୍ଟର ଅଷ୍ଟେ୍ରଲିଆ-ନେଦରଲାଣ୍ଡ, ଦ୍ୱିତୀୟ କ୍ୱାର୍ଟର ଜର୍ମାନୀ-ଆର୍ଜେଣ୍ଟିନା, ତୃତୀୟ କ୍ୱାର୍ଟର ଭାରତ-ଗ୍ରେଟ୍ ବ୍ରିଟେନ ଏବଂ ଚତୁର୍ଥ କ୍ୱାର୍ଟର ବେଲଜିୟମ-ସ୍ପେନ ମଧ୍ୟରେ ଖେଳାଯିବ ।
ସେଲିଂରେ ବିଷ୍ଣୁ ସର୍ବାନନଙ୍କ ଅଭିଯାନ ଶେଷ ହୋଇଛି । ସେ ବ୍ୟକ୍ତିଗତ ଲେଜର ଇଭେଣ୍ଟରେ ୨୦ତମ ସ୍ଥାନରେ ରହି ପଦକ ଦୌଡ଼ରୁ ବାଦ ପଡ଼ିଛନ୍ତି । ଗଲ୍ଫରେ ଅନିର୍ବାଣ ଲାହିରି ଓ ଉଦ୍ୟାନ ମାନେଙ୍କ ଅଭିଯାନ ଜାରି ରହିଛି । ଲାହିରି ୬୭ପଏଣ୍ଟ ସହ ୨୦ତମ ସ୍ଥାନ ଏବଂ ଉଦ୍ୟାନ ୧୪୫ ପଏଣ୍ଟ ସହ ୫୭ତମ ସ୍ଥାନରେ ରହିଛନ୍ତି ।
୩୦୦୦ ମିଟର ଷ୍ଟିପଲଚେଜ ଇଭେଣ୍ଟରେ ଅଭିନାଶ ସାବଲେ ୧୩ତମ ସ୍ଥାନ ଅଧିକାର କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ । ହିଟ୍-୨ରେ ସେ ନିର୍ଦ୍ଧାରିତ ଦୂରତାକୁ ୮ମିନିଟ୍ ୧୮.୧୨ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିବା ସହ ନୂଆ ଜାତୀୟ ରେକର୍ଡ ପ୍ରତିÂା କରିଥିଲେ । ପୁରୁଷ ୪୦୦ ମିଟର ହର୍ଡଲ୍ସ ଇଭେଣ୍ଟରେ ଏମ୍ପି ଜବିର ନିରାଶ କରିଛନ୍ତି ।
ସୁଟିଂର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସୁଟର ମନୁ ଭାକର ଓ ରାହି ସର୍ନୋବତ ଆଜି ର୍ୟାପିଡ୍ ରାଉଣ୍ଡର ଫାଇନାଲ୍ରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons