ରାସ୍ତାରେ ତଳି ରୋଇଲେ ଲୋକେ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ):ରାସ୍ତା ହୋଇଛି କାଦୁଅ ପଚପଚ । ଗାଡିମୋଟର କଥା ଛାଡ ଆଣ୍ଠୁଏ କାଦୁଅରେ ଚାଲିଚାଲି ଯିବାକୁ ପସନ୍ଦ କରୁନାହାନ୍ତି ଲୋକେ । ମରାମତି ପାଇଁ ବାରମ୍ବାର ଦାବିକରି ଶେଷରେ ଲୋକେ ରାସ୍ତାରେ ଧାନ ରୋଇ ଭିନ୍ନ ଢଙ୍ଗରେ କଲେ ପ୍ରତିବାଦ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ବ୍ଲକ ତେଲିଗୁଡା ଗାଁରେ ।
ସୂଚନା ଅନୁସାରେ, ତେଲିଗୁଡା ଗାଁ ରାସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୮ ଶହ ମିଟିର ଦୂରରେ ରହିଛି । ଏସ୍ପି କାର୍ଯ୍ୟାଳୟଠାରୁ ୩ ଶହ ମିଟର ଓ ନବରଙ୍ଗପୁର ବିଧାୟକଙ୍କ ଘରଠାରୁ ୧ କିମ ଦୂରରେ ରହିଛି । ସେହିପରି, ରାସ୍ତାଟି ଡାବୁଗାଁ ବିଧାୟକଙ୍କ ନବରଙ୍ଗପୁର ବାସଭବନଠାରୁ ୫ ଶହ ମିଟର ଦୂରରେ ରହିଛି । ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପ୍ରତିଦିନ ଏହା ଉପରେ ପଡୁଛି । ଏହା ସତ୍ତେ୍ୱ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏବେ ବର୍ଷାଯୋଗୁ ଅବସ୍ଥା ଅଧିକ ଖରାପ ହୋଇପଡିଛି । ମରାମତି ପାଇଁ ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳିନି । ଏପରିସ୍ଥଳେ, ଶୁକ୍ରବାର ଗାଁର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ କାଦୁଅ ପଚପଚ ରାସ୍ତାରେ ଧାନତଳି ରୋଇ ଦାବି ଜଣାଇଛନ୍ତି । ଗ୍ରାମବାସୀଙ୍କ ଏହି ଅଭିବନ ଆନେ୍ଦାଳନରେ ବିଜେପି ମଧ୍ୟ ସାମିଲ ହୋଇଛି । ରାସ୍ତା ଅବସ୍ଥା ଏମିତି ହୋଇଛି ଯେ, ଏହା କାଦୁଆ ଜମିଠୁ ହୀନ ବୋଲି ଲୋକେ କହିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌରୀଶଙ୍କର ମାଝି, ନଗରମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର, ଯୁବମୋର୍ଚ୍ଚା ସଭାପତି ଭି କି ଜେନା, ବିନୁ ସୁନା, ଚନ୍ଦନ ସାହୁ ପ୍ରମୁଖ ଗ୍ରାମବାସୀଙ୍କ ସହ ସାମିଲ ହୋଇ ତଳି ଲଗାଇଛନ୍ତି ।
ତୁରନ୍ତ ଜିଲ୍ଲା ପ୍ରଶାସନ ରାସ୍ତା ମରାମତି ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦେବ ବୋଲି ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons