ବ୍ରହ୍ମପୁର, (ବି.ବି.ବୁ୍ୟରୋ): ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ସହ ଦେଶର ୫ ମହାପୁରୁଷଙ୍କ କ୍ଷୁଦ୍ରାକୃତି ତିଆରି କରିଛନ୍ତି ଯୁବ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା । ଏସବୁ କାଠରେ ତିଆରି ହୋଇଛି । ମହାତ୍ମା ଗାନ୍ଧିଙ୍କ ୩.୫ ସେଣ୍ଟିମିଟର ଉଚ୍ଚ ଓ ୨.୩ ସେମି ଓସାର, ସୁବାସ ଚନ୍ଦ୍ର ବୋଷଙ୍କ ୩ ସେମି ଉଚ୍ଚ ଓ ୨.୫ ସେମି ଓସାର, ପଣ୍ଡିତ ଜବାହାରଲାଲ ନେହରୁଙ୍କ ୨.୫ ସେମି ଉଚ୍ଚ ଓ ୨.୩ ସେମି ଓସାର, ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଯଥାକ୍ରମେ ୩ ସେମି ଓ ୨.୫ ସେମି ଉଚ୍ଚ ଏବଂ ଓସାର, ଦ୍ୱିତୀୟ ରାଷ୍ଟ୍ରପତି ତଥା ଗୁରୁ ଭାବେ ପରିଚିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ୩.୨ ସେମି ଉଚ୍ଚ, ୨.୫ ସେମି ଓସାରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିଛନ୍ତି ସତ୍ୟ । ଏହି ମହାପୁରୁଷଙ୍କ ଭଳି ସମସ୍ତ ଭାରତବାସୀ ନିଜ ଦେଶ ପାଇଁ ତ୍ୟାଗ ଓ ସମର୍ପଣର ଭାବନା ରଖିବାକୁ ଆହ୍ୱାନ ଦେଇଛନ୍ତି ସେ ।


Comments are closed, but trackbacks and pingbacks are open.