ଅଜଣା ରୋଗରେ ଛଟପଟ କମ୍ଭୁ

Get real time updates directly on you device, subscribe now.

ବନ୍ଧୁଗାଁ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଅଧିକାଂଶ ସମୟରେ ପେଟରେ ଜ୍ୱଳନ ହେଉଛି । ରାତିରେ ନିଦ ହେଉନି କି ଖାଇବାକୁ ଇଚ୍ଛା ହେଉନି । ପେଟରେ ଯନ୍ତ୍ରଣା ସହ କାଶ ଲାଗିରହୁଛି । ତଳିପେଟରେ ଏକ ଗୋଲଭଳି ଫୁଲା ହୋଇଯାଉଛି । ଏଭଳି ଅଜଣା ରୋଗରେ ବର୍ଷେହେଲା ଛଟପଟ ହେଉଛନ୍ତି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତଳଡାବେରୀ ଗାଁର ମିଣିଆକା କମ୍ଭୁ ହ; । ପାଖରେ ଟଙ୍କା ନଥିବାରୁ ସେ ନିଜର ଚିକିତ୍ସା କରାଇ ପାରୁନାହାନ୍ତି । ସରକାରୀ ସହାୟତା ମିଳୁ ନଥିବାବେଳେ ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି । ଏଣେ ଗାଁକୁ ରାସ୍ତା ନଥିବାରୁ କୋମ୍ଭୁ ଚିିକିତ୍ସା ପାଇଁ ବାହାରକୁ ଯାଇପାରୁ ନାହାନ୍ତି ।
କମ୍ଭୁ ଆଦିବାସୀ ଓ ଗରିବ ଶ୍ରେଣୀର । ପରିବାରର ମୁଖ୍ୟ ହୋଇଥିବାରୁ ସମସ୍ତ ବୋଝ ତାଙ୍କ ଉପରେ । କିନ୍ତୁ ରୋଗରେ ଯନ୍ତ୍ରଣା ଭୋଗୁଥିବାରୁ ଏବେ ଟଙ୍କାଟିଏ ରୋଜଗାର କରିପାରୁନାହାନ୍ତି । କମ୍ଭୁଙ୍କ ବଡଝିଅର ଅନ୍ୟତ୍ର ବିବାହ ହୋଇଯାଇଛି । ଘରେ ଏବେ ଦୁଇପୁଅ ଓ ସ୍ତ୍ରୀ । ବଡପୁଅ କୁଲିକାମ କରି କିଛି ରୋଜଗାର କରୁଛନ୍ତି । କମ୍ଭୁଙ୍କ ସ୍ତ୍ରୀ ମଧ୍ୟ ପରଘରେ କାମ କରୁଛନ୍ତି । ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ସମସ୍ତେ ଚଳୁଛନ୍ତି । ଡଙ୍ଗର ଜମି ଖଣ୍ଡେ ଥିଲେ ହେଁ ତାଙ୍କର ଏପରି ଅବସ୍ଥା ଯୋଗୁ ଚାଷ ହୋଇପାରୁନି । ମୁଖ୍ୟ କଥା ହେଲା ଭଲ ରାସ୍ତା ନଥିବାରୁ ଏହି ଗାଁର ଲୋକେ କେହି ବାହାରକୁ ଯାଇପାରୁନାହାନ୍ତି । ଗାଡି ମୋଟର ଏପରି ସାଇକେଲଟିଏ ବି ଗାଁକୁ ଯାଇପାରୁନି । ରାସ୍ତା ନଥିବାରୁ କମ୍ଭୁ ନିଜ ଦେହ ଦେଖାଇବାକୁ କେଉଁଠିକୁ ଯାଇପାରୁ ନଥିବା ଗ୍ରାମବାସୀ କହିଛନ୍ତି । ବନ୍ଧୁଗାଁ ପଞ୍ଚାୟତରୁ ୫ କିମି ଦୂରରେ ଗାଁଟି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗାଁକୁ ଅଳ୍ପ କିଛି ରାସ୍ତା କରାଯାଇଛି । ସମସ୍ୟା ଯୋଗୁ ଲୋକେ ପ୍ରତିଦିନ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁର ସମସ୍ୟାଗୁଡିକ ପ୍ରତି ସରକାରୀ ବାବୁମାନେ ଦୃଷ୍ଟି ଦେଉ ନଥିବା ଗାଁର କେତେଜଣ ବ୍ୟକ୍ତିଙ୍କ ସହ ୱାର୍ଡ ସଭ୍ୟ ୱାଡେକା ପାଳସୁ, ଚିତୁରୁ ମେଲେକା, ଜାନି ଶୀତୁର ମେଲେକା ପ୍ରମୁଖ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons