ରାଜସ୍ଥାନରେ ଉପୁଜିପାରେ କର୍ଣ୍ଣାଟକ ସ୍ଥିତ

Get real time updates directly on you device, subscribe now.

ଜୟପୁର: କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସ ମେଣ୍ଟ ଭାଙ୍ଗିଯିବା ପରେ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସ୍ଥିତି ଦୁର୍ବଳ ହୋଇଯାଇଥିବାର ସଙ୍କେତ ମିଳିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁ ଏପରି ହୋଇଥିବା ଚର୍ଚ୍ଚା ହେଉଛି । ରାଜସ୍ଥାନ ବିଧାନସଭା ଅଧିବେଶନରେ ସଚିନ ପାଇଲଟ ଏକମାତ୍ର କଂଗ୍ରେସ ନେତା ଭାବେ ଗୃହରେ ଉପସ୍ଥିତ ରହିବା ଏହି ଚର୍ଚ୍ଚାକୁ ଜୋର ଦେଇଛି । ଏନେଇ ବିଧାନସଭା କାର୍ଯ୍ୟକାଳ ସମୟର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ କଂଗ୍ରେସର କୌଣସି ବି ବିଧାୟକ ଗୃହରେ ଉପସ୍ଥିତ ନଥିବା ବେଳେ ସଚିନ ପାଇଲଟ ଏକୁଟିଆ କଂଗ୍ରେସକୁ ପ୍ରତିନିଧିତ୍ୱ କରି ବିରୋଧୀମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । ବିଜେପି ବିଧାୟକମାନେ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିିଛନ୍ତି । ଗୃହରେ ସରକାରଙ୍କ ପକ୍ଷରୁ ପାଇଲଟଙ୍କ ବ୍ୟତୀତ କୌଣସି ବିଧାୟକ କାହିଁକି ଉପସ୍ଥିତ ନାହାନ୍ତି ବୋଲି ବିଜେପି ବିଧାୟକମାନେ ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ପାଇଲଟ କହିଥିଲେ, ମୁଁ ଏକୁଟିଆ ହିଁ ଆପଣ ସମସ୍ତଙ୍କ ପାଇଁ ଯଥେଷ୍ଟ । ପାଇଲଟଙ୍କ ଉତ୍ତରର ପ୍ରତିକ୍ରିୟା ରଖି ବିଜେପି ବିଧାୟକ କହିଥିଲେ, ନିର୍ବାଚନ ପୂର୍ବରୁ ମଧ୍ୟ ଆମେ ସବୁବେଳେ ଏପରି ଭାବୁଥିଲୁ । କିନ୍ତୁ, ଏବେ ଲାଗୁଛି ଆମକୁ ଆପଣଙ୍କ ସହଯୋଗ କରିବାକୁ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons