ପାରାଦୀପରେ ଶସ୍ତା ହେଲା ଇଲିଶି

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ): ପାରାଦୀପ ସମୁଦ୍ର ମୁହାଣ ମୁହଁରେ ମହାନଦୀର ବଢି ପାଣି ପ୍ରବେଶ କରିବା ପରେ ଏବେ ମତ୍ସ୍ୟଜୀବୀଙ୍କ ଜାଲରେ ଇଲିଶି ମାଛ ଧରାଦେଉଛନ୍ତି । ଜାଲରେ ଆଜି ଅନେକ ପରିମାଣରେ ଇଲିଶି ପଡ଼ିଥିବାରୁ ବଜାରରେ ଇଲିଶି ମାଛ ଦର ଅପେକ୍ଷାକୃତ କମ୍ ରହିଛି । ପୂର୍ବରୁ ଇଲିଶି ଦର କିଲୋ ୨ ହଜାର ଟଙ୍କା ଥିବାରୁ ମଧ୍ୟବିତ୍ତ ପରିବାରର ଲୋକେ ଏହାକୁ କିଣି ଖାଇ ପାରୁନଥିଲେ । ମାତ୍ର ଆଜି ବାଲିପ୍ଲଟ୍ ମାଛ ମାର୍କେଟରେ ଇଲିଶି କିଲୋ ୫ ଶହ ଟଙ୍କାକୁ ଖସି ଆସିଥିବା ଦେଖିବାକୁ ମିଳିଛି । ଯଦିଓ ୧ କିଲୋ ଓଜନ ଥିବା ଇଲିଶିର ଦାମ୍ ୧୨ ଶହ ଟଙ୍କା ରହିଛି କିନ୍ତୁ ଛୋଟ ମାଛ ଦାମ୍ ଯୋଡ଼ା ପ୍ରତି ୩୦୦ ଟଙ୍କା ପର୍ଯ୍ୟନ୍ତ ଖସି ଆସିଛି । ଫଳରେ ଲୋକଙ୍କର ମାଛ କିଣିବାରେ ଆଗ୍ରହ ବଢିଛି । ଆଗକୁ ମଧ୍ୟ ଇଲିଶି ଅଧିକ ଧରାହେବା ଓ ଦର ଆହୁରି କମିବା ନେଇ ମତ୍ସ୍ୟଜୀବୀମାନେ ଆଶାବାଦୀ । କାରଣ ବନ୍ୟାଜଳରେ ଆସୁଥିବା ମାଟିର ଗନ୍ଧରେ ଇଲିଶିମାନେ ଆକୃଷ୍ଟ ହୋଇ ମୁହାଣ ଆଡ଼କୁ ଆସିଲେ ଅଧିକ ଜାଲରେ ଧରାପଡ଼ନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ତେଣୁ ଆଗକୁ ଭଲ ରୋଜଗାର କରିବାକୁ ମତ୍ସ୍ୟଜୀବୀମାନେ ଆଶା ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons