ଶୂନ ବିପର୍ଯ୍ୟୟ ମୃତୁ୍ୟ ଅଭିମୁଖେ ଭାରତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ୧୯୯୯ ମହାବାତ୍ୟାରେ ଓଡ଼ିଶାରେ ୧୦,୦୦୦ ଲୋକ ପ୍ରାଣ ହରାଇଥିଲେ । ଏହାପରେ ୨୦୦୧ରେ ଭୁଜରେ ୧୪,୦୦୦ ଜୀବନ ନେଇଥିଲା ଭୂକମ୍ପ । ଏହି ଦୁଇଟି ଘଟଣା ଦେଶକୁ ଦୋହଲାଇ ଦେଇଥିଲା । କିନ୍ତୁ ଚଳିତବର୍ଷ ୩ଟି ବାତ୍ୟା ଆସିବା ସତ୍ତେ୍ୱ ମୃତୁ୍ୟ ସଂଖ୍ୟା ୫୦ ପାର୍ କରିନାହିଁ । କେନ୍ଦ୍ର ସରକାରଙ୍କ ସଶକ୍ତ ବିପର୍ଯ୍ୟୟ ପରିଚାଳନା ଯୋଗୁ ଏହା ସମ୍ଭବ ହୋଇପାରିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଏହା କହିଛନ୍ତି ।
ନୂଆଦିଲ୍ଲୀରେ ଅନୁÂିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ)ର ୧୭ତମ ପ୍ରତିÂା ଦିବସ ସମାରୋହରେ ଉଦ୍ବୋଧନ ଦେଇ ଶାହ ଏଭଳି କହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଓଡ଼ିଶା ମହାବାତ୍ୟା ଓ ଭୁଜ ଭୂକମ୍ପ ପରେ ସରକାର ବିପର୍ଯ୍ୟୟ ପରିଚାଳନାରେ ଏଭଳି ଏଜେନ୍ସିଗୁଡ଼ିକୁ ସାମିଲ କରିବାକୁ ଚାହିଁଥିଲେ, ଯେଉଁମାନେ ତୁରନ୍ତ ଉଦ୍ଧାର ପଦକ୍ଷେପ ନେଇପାରିବେ । ସେ ସମୟରେ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ । ଯୋଗକୁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି । ସେ ମଧ୍ୟ ଏ ବାବଦରେ ଅନୁଧ୍ୟାନ କରି କେନ୍ଦ୍ର ସହ ଆଲୋଚନା କଲେ । ୨୦୦୫ରେ ସ୍ଥାପନ ହେଲା ଏନ୍ଡିଏମ୍ଏ । ଆଜି ଏହା ଯୋଗୁ ବିପର୍ଯ୍ୟୟ ମୃତୁ୍ୟ ଅନେକ ମାତ୍ରାରେ କମାଯାଇ ପାରିଛି ।
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏଭଳି ଏକ ପରିଚାଳନା ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଯାଉଛୁ, ଯାହାଦ୍ୱାରା ବିପର୍ଯ୍ୟୟ ଯୋଗୁ ଗୋଟିଏ ବି ଜୀବନ ଯିବନାହିଁ । ଏ ଦିଗରେ ଆମେ ଅଗ୍ରସର ହେଉଛୁ । ସେ କହିଛନ୍ତି, ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟ ଜୋରଦାର କରିବା ସକାଶେ ଦେଶର ୩୫୦ ଜିଲ୍ଲାରେ ଲୋକମାନଙ୍କୁ ତାଲିମ ପ୍ରଦାନ କରାଯିବ । ବିପର୍ଯ୍ୟୟ ଆସିବା କ୍ଷଣି ଏମାନେ ସକି୍ରୟ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିବେ । ଏହି ଅବସରରେ ଶାହ ବିପର୍ଯ୍ୟୟ ମିତ୍ର ଯୋଜନାର ପ୍ରଶିକ୍ଷଣ ନିୟମାବଳି ଏବଂ ବିପର୍ଯ୍ୟୟ ମିତ୍ର ଏବଂ ସାଧାରଣ ଚେତାବନୀ ପ୍ରୋଟୋକଲ୍ ଉନ୍ମୋଚନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଶାହ କହିଛନ୍ତି, ମୋଦିଜୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ବିପର୍ଯ୍ୟୟ କାହିଁକି ଆସୁଛି, ତାହା ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ । ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଉପରେ ଧ୍ୟାନ ଦେବା ଲାଗି ଗୁଜରାଟରେ ଦେଶର ପ୍ରଥମ ଜଳବାୟୁ ପରିବର୍ତ୍ତନ ବିଭାଗ ଆଣିବାରେ ମୋଦିଙ୍କ ହାତ ରହିଥିଲା । ୨୦୧୬ରେ ପ୍ରଧାନମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଆରମ୍ଭ କରିଥିଲେ । ଏହାଛଡ଼ା ବିପର୍ଯ୍ୟୟ ଆଶଙ୍କା କମାଇବା ପାଇଁ ସେ ଏକ ୧୦ ସୂତ୍ରୀ କାର୍ଯ୍ୟକ୍ରମ ବିଶ୍ୱ ସାମ୍ନାରେ ଉପସ୍ଥାପନ କରିଥିଲେ ।
ସେତିକି ନୁହେଁ, ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ବିପର୍ଯ୍ୟୟ ପରିଚାଳନାରେ ଲାଗିଥିବା ସମସ୍ତ ଏନଜିଓ, ସାମାଜିକ କର୍ମୀ ଓ ସରକାରୀ କର୍ମଚାରୀଙ୍କ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ଆରମ୍ଭ କରିଥିଲେ । ଫଳରେ ସେମାନଙ୍କ ଉତ୍ସାହ ବଢ଼ିବାକୁ ଲାଗିଥିଲା । ଏନ୍ଡିଏମ୍ଏ ଓ ଏହାର କ୍ରିୟାନ୍ୱୟନ ଏଜେନ୍ସି ଭାବେ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଦେଶର ବିପର୍ଯ୍ୟୟ ପରିଚାଳନାର ଇତିହାସକୁ ବଦଳାଇବାର କାମ କରୁଛନ୍ତି ।
ସେ କହିଛନ୍ତି, ବିପର୍ଯ୍ୟୟ ମିତ୍ର ଯୋଜନାର କ୍ରିୟାନ୍ୱୟନ ୨୫ ରାଜ୍ୟର ୩୦ ବନ୍ୟାପ୍ରବଣ ଜିଲ୍ଲାରେ ପ୍ରୟୋଗାତ୍ମକ ଭାବେ କରାଯାଇଥିଲା । ୫,୫୦୦ ବିପର୍ଯ୍ୟୟ ମିତ୍ର ଓ ବିପର୍ଯ୍ୟୟ ସଖୀଙ୍କୁ ବନ୍ୟାରୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥିଲା । ଏବେ ୩୫୦ ବିପର୍ଯ୍ୟୟ ପ୍ରଭାବିତ ଜିଲ୍ଲାରେ ଆମେ ବିପର୍ଯ୍ୟୟ ମିତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏନ୍ଡିଏମ୍ଏ ସହ ୨୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବୁଝାମଣା ସ୍ୱାକ୍ଷର କରିଥିବା ଶାହ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons