ଗୁରୁବାର ଦିନଟି ଆପଙ୍କର କେମିତି କଟିବ

Get real time updates directly on you device, subscribe now.

ମେଷ– ପୁରୁଣା ଚିନ୍ତା ଭୁଲି ଆଗକୁ ବଢିବା ପାଇଁ ଭାବନ୍ତୁ । କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ । କାରବାର ସମ୍ବନ୍ଧୀୟ ଯାତ୍ରାକରିବାକୁ ପଡିପାରେ ।
ବୃଷ– ବ୍ୟବସାୟରେ ଅଗ୍ରଗତି ଏବଂ ନୂତନ ଯୋଜନା କାର୍ୟ୍ୟ କାରୀ କରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି ଓ ସାହିତ୍ୟ କଳା ସଂସ୍କୃତି ସଂଗୀତ କ୍ଷେତ୍ରରେ ସଫଳତା ପାଇବେ ।
ମିଥୁନ – ବହୁବିଳମ୍ବ ସତ୍ତେ୍ୱ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ନ ହେବାରୁ ମାନସିକ ସ୍ତରରେ ସନ୍ତୁଷ୍ଟ ହୋଇପାରିବେ ନାହିଁ । ଜଣାଶୁଣା ବ୍ୟକ୍ତିଙ୍କ ସହାୟତାରେ ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।
କର୍କଟ– କୌଣସି ଅତୀତ ଘଟଣା ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିବାରୁ କୌଣସି କାମ ପ୍ରତି ଉତ୍ସାହ ରହି ନ ପାରେ । ପ୍ରିୟଜନମାନଙ୍କ ସହ ନୂତନ ସ୍ଥାନକୁ ବୁଲି ଯିବାର ସୁଯୋଗ ଲାଭ କରିପାରନ୍ତି ।
ସିଂହ – ନୂତନ କର୍ମ ଯୋଜନା ସ୍ଥିର କରିବେ ଏବଂ ସାହିତ୍ୟ କଳା ଏବଂ ଗବେଷଣା ଦିଗରେ ଅଗ୍ରଗତି କରିବେ । ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହେବ । ନିଜକାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ ।
କନ୍ୟା– ଆକସ୍ମିକ ବହୁତ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆଜି ହଠାତ୍‌ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିବ । ଆଜିର କର୍ମକ୍ଷେତ୍ରରେ କ୍ଳାନ୍ତି ଅନୁଭବକରିବେ ।
ତୁଳା– ଆଜି ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନ୍‌ସନ ଲାଗି ରହିବ । ଆଖି ନ ଦେଖା କଥାକୁବିଶ୍ୱାସକରି ପଦକ୍ଷେପ ନେଲେ ଅସୁବିଧାର ସମ୍ମୁଖୀନ ହେବେ ।
ବିଛା– କର୍ମକ୍ଷେତ୍ରରେ ଦୃଢ ପଦକ୍ଷପ ନେଇ ପ୍ରତ୍ୟେକ କାମକୁ ସହଜରେ ସମାପନ କରିପାରିବେ । ବନ୍ଧୁଙ୍କ ପାଖରେ ବହୁତ ଦିନରୁ ରହିଥିବା ଟଙ୍କା ଫେରିପାଇବେ ।
ଧନୁ – କାର୍ୟ୍ୟବ୍ୟସ୍ତତା କାରଣରୁ ଆପଣ ଖାଇବା ପିଇବାରେ ଅବହେଳାକରି ନିଜର ସ୍ୱାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ । ନୂତନ କାର୍ୟ୍ୟରେ ହାତ ଦେଇ କୃତକାର୍ୟ୍ୟ ହେବେ ।
ମକର– ନିଜର ଅବହେଳା କାରଣରୁ କିମ୍ବା ଅସାବଧନତା ଜନିତ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟରେ ସ୍ତ୍ରୀଙ୍କ ପ୍ରେରଣା ଲାଭ କରି ଉପକୃତ ହେବେ ।
କୁମ୍ଭ – ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା କାରଣରୁ ପରିବାରରେ ସୁଖଶାନ୍ତି ଫେରି ଆସିବ । ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡ ବ୍ୟଥାର କାରଣ ହୋଇପାରେ ।
ମୀନ – ଆଜିର କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ । ଏଣୁ ଯାହାକିଛିି କହିବେ ଭାବିଚିନ୍ତି କହିବା ଓ କରିବା ଭଲ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons