ପୂଜାରେ ମଜା

Get real time updates directly on you device, subscribe now.

ଆସୁଛନ୍ତି ମା’ । ଉତ୍ସବମୁଖର ପୁରପଲ୍ଲୀ । ମହାମାରୀ କରୋନା କଟକଣା ଏବଂ ସଚେତନତା ଭିତରେ ହେବ ପୂଜା ହେବ । ତା’ ସାଙ୍ଗକୁ ମଜା, ମସ୍ତି ବି ଜମିବ । ସେଥିପାଇଁ ଚଳଚଞ୍ଚଳର ଓଡ଼ିଆ ସିନେ ଦୁନିଆ । ଦୀର୍ଘ ଦୁଇ ବର୍ଷର ଗୃହବନ୍ଦୀ ପରେ ବଡ଼ ପରଦାରେ ବଡ଼ ଧମାକା ହେବାକୁ ଯାଉଛି । ପୂରା ପ୍ରସ୍ତୁତି ସହ ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୬ଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଅକ୍ଟୋବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଧାରାବାହିକ ଭାବେ ଗୋଟିଏ ପରେ ଗୋଟିଏ ନୂଆ ଚଳଚ୍ଚିତ୍ରକୁ ଦର୍ଶକ ହଲ୍ରେ ଦେଖିବେ । ଏହାଛଡ଼ା କିଛି ଓଡ଼ିଆ ଓଟିଟିରେ ବି ନୂଆ ନୂଆ ୱେବ୍ସିରିଜ୍, ସିନେମା, ଧାରାବାହିକ ରିଲିଜ୍ ହେଉଛି । ପରିବାର, ପ୍ରେମ, ପ୍ରତାରଣା, ଆକ୍ସନ୍, ଡ୍ରାମା ସାଙ୍ଗକୁ ରୋମାନ୍ସା, ରହସ୍ୟ ଆଉ ରୋମାଞ୍ଚର ଭରପୂର ଫାଇଦା ନେବେ ସିନେପ୍ରେମୀ । ମହାମାରୀ କରୋନା କଟକଣା କୋହଳ ପରେ ରାଜ୍ୟରେ ମଲ୍ଟିପ୍ଲେକ୍ସକୁ ମିଶାଇ ୩୪ଟି ପ୍ରେକ୍ଷାଳୟ ଖୋଲିଥିଲା ବେଳେ କେଉଁ ଓଡ଼ିଆ ଚଳଚ୍ଚିତ୍ରକୁ କେତେଦିନ ହଲ୍ରେ ପ୍ରଦର୍ଶନର ସୁଯୋଗ ମିଳିବ ତାହା ବଡ଼ କଥା । କାରଣ ଅନେକ ହଲ୍ରେ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ ହେଉନଥିଲା ବେଳେ ଆଉ କିଛି ହଲ୍ ରିଲିଜ୍ କରିବେ କି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି । ସେହି ଭିତରେ ପୁଣି ହିନ୍ଦୀ ଓ ଅନ୍ୟ ଭାଷାଭାଷୀ ବଡ଼ ବଡ଼ ସିନେମା ଆସୁଛି । ତେଣୁ ତାକୁ ଦେଖି ଯାହା ହେବ । ରାଜ୍ୟର ଅନ୍ୟ ପ୍ରାନ୍ତ କଥା ଛାଡ଼ନ୍ତୁ, ରାଜଧାନୀ ଭୁବନେଶ୍ୱରରେ ଏବେ ବି ୨ରୁ ୩ଟି ପ୍ରେକ୍ଷାଳୟ ଖୋଲିପାରିନି । ତଥାପି ସମସ୍ତ ପ୍ରଯୋଜକଙ୍କ ଆଶା ହଲ୍ରେ ଚଳଚ୍ଚିତ୍ରଟି ରିଲିଜ୍ ହେବ । ଜୀସାର୍ଥକ ପ୍ରସ୍ତୁତ ଦୁଇଟି ସିନେମା “ଷÂ ରୁ ନଷ୍ଟ’ ଓ ‘ଦୁର୍ଗତିନାଶିନୀ-୨’ ହଲ୍ରେ ପଡ଼ିବାର ଗୋଟିଏ ଦିନ ପରେ ଟିଭିରେ ପ୍ରିମିୟର ହେବ । ବାକି ଅନ୍ୟ ସମସ୍ତ ସିନେମା ହଲ୍ରେ ଚାଲିବ । ଏଥର ପୂଜାରେ କିନ୍ତୁ ଦୁଇ ଦୁଇଟି ସିନେମାରେ ନାୟକ ରୂପରେ ମୈଦାନକୁ ଫେରୁଛନ୍ତି ଓଲିଉଡ ହାସ୍ୟ ସମ୍ରାଟ ପପୁ ପମ୍ପମ୍ । ସେଥିପାଇଁ ତାଙ୍କ ଉପରେ ଅଧିକ ଦର୍ଶକଙ୍କ ନଜର ରହିଛି । ଏହା ସାଙ୍ଗକୁ ଏଲିନା ଏବଂ ଅର୍ଚ୍ଚିତାଙ୍କ ଉପରେ ବି ନଜର ରହିଛି । ଅନ୍ୟପକ୍ଷରେ ଦ୍ୱିତୀୟ ଥର ପାଇଁ ଅଦେ୍ର୍ଧନ୍ଦୁ-ତମନ୍ନା ଯୋଡ଼ିଙ୍କୁ ଦେଖିବାକୁ ଦର୍ଶକ ଚାହିଁ ରହିଛନ୍ତି । ସେହିପରି ନିଦେ୍ର୍ଧଶକ ରମେଶ ରାଉତ ବି ବହୁତ ଖୁସି ଅଛନ୍ତି । କାରଣ ତାଙ୍କର ଦୁଇଟି ସିନେମା ‘ଅରୁନ୍ଧତୀ’ ଓ ‘ମିଷ୍ଟର୍ କହ୍ନେୟା’ ମୁକ୍ତିଲାଭ କରୁଛି । ରମେଶଙ୍କଠୁ ଅଧିକ ଖୁସି ଏବଂ ଉତ୍ସାହିତ ନିଦେ୍ର୍ଧଶକ ଅଶ୍ୱିନୀ ତ୍ରିପାଠୀ । ସେ ତାଙ୍କର ପ୍ରଥମ ସିନେମା ‘ଦୁର୍ଗତିନାଶିନୀ-୨’ ସହ ବଡ଼ ପରଦାକୁ ନିଦେ୍ର୍ଧଶକ ଭାବେ ପ୍ରବେଶ କରୁଛନ୍ତି । ‘ଦୁର୍ଗତିନାଶିନୀ-୨’ ଏବଂ “ଷÂ ରୁ ନଷ୍ଟ’ରେ ସଙ୍ଗୀତ ନିଦେ୍ର୍ଧଶକ ଗୁଡଲି ରଥଙ୍କ ସଙ୍ଗୀତ ପୂଜା ପରିବେଶକୁ ପୂରା କମ୍ପେଇବ । ଏହିଭଳି ଅନେକ କିଛି କଥା ଏଥର ପୂଜାରେ ଘଟିବାକୁ ଯାଉଛି । ତେବେ ଦେଖାଯାଉ ପାର୍ବଣରେ ଏହି ପ୍ରିମିୟର ହସଖୁସି ସହ ରଙ୍ଗୀନ ଦୁନିଆକୁ ପୁଣିଥରେ ଟ୍ରାକ୍କୁ ଫେରାଇବାକୁ କେତେ ସହାୟକ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons