ଲଢ଼ିବେ ଅର୍ଚ୍ଚିତା

Get real time updates directly on you device, subscribe now.

ପାପୀର ବିନାସ ସହ ପାପର ଭାର କମାଇବାକୁ ଧରାପୃÂରେ ଅବତରଣ କରିବାକୁ ଯାଉଛନ୍ତି ମହିଷାମର୍ଦ୍ଧିନୀ ଦୁର୍ଗତିନାଶିନୀ ମା’ ଦୁର୍ଗା । ଏହି ଦୁର୍ଗତିନାଶିନୀ ଭୂମିକାରେ ଖାକି ପୋଷାକ ପିନ୍ଧି ପରଦାରେ ଦେଖାଦେବେ ଆଇପିଏସ୍ ନିତ୍ୟା ଦାଶ । ଗତ ବର୍ଷ ଦୁର୍ଗାପୂଜା ଅବସରରେ ନଭେମ୍ବର ୧୫ରେ ଜୀସାର୍ଥକରେ ପ୍ରିମିୟର ହୋଇଥିଲା ଓଲିଉଡ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଦୁର୍ଗତିନାଶିନୀ’ । ଆଉ ତା’ର ଠିକ୍ ବର୍ଷେ ପରେ ଏବେ ସେହି ଦୁର୍ଗା ପୂଜା ଅବସରରେ ଆଗକୁ ମୁକ୍ତିଲାଭ କରିବାକୁ ଯାଉଛି ଏହାର ସିକ୍ୱେଲ୍ ଅର୍ଥାତ୍ ‘ଦୁର୍ଗତିନାଶିନୀ-୨’ । ଖୁସିର କଥା ଏଥିରେ ବି ଅର୍ଚ୍ଚିତା ପୂର୍ବ ଥର ପରି ସେଇ ମୁଖ୍ୟ ଚରିତ୍ର ଆଇପିଏସ୍ ନିତ୍ୟା ଦାଶ ଭୂମିକାରେ ଅଭିନୟ କରିଛନ୍ତି । ଏହା ଚଳଚ୍ଚିତ୍ରର ପାର୍ଟ-୨ ହୋଇଥିଲା ବେଳେ ଏଥିରେ ଅର୍ଚ୍ଚିତାଙ୍କୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ହୋଇଛି । ଏହାର ନିଦେ୍ର୍ଧଶନା ଭାର ସମ୍ଭାଳିଛନ୍ତି ମୁ୍ୟଜିକ୍ ଭିଡିଓ ଜଗତର ସର୍ବାଧିକ ଲୋକପ୍ରିୟ ଷ୍ଟାର୍ ଅଶ୍ୱିନୀ ତ୍ରିପାଠୀ । ଏହା ଅଶ୍ୱିନୀଙ୍କ ପ୍ରଥମ ନିଦେ୍ର୍ଧଶିତ ସିନେମା । କ୍ୟାମେରା ପରିଚାଳନା କରିଛନ୍ତି ପ୍ରତାପ ରାଉତ । ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ଗୁଡଲି ରଥ । ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ପ୍ରଚ୍ଛଦପ; ସଙ୍ଗୀତ ନବ୍ସ ଆଣ୍ଡ୍ ସରୋଜ ଦେଇଥିଲା ବେଳେ ସମ୍ପାଦନା କରିଛନ୍ତି ମାନସ ସାହୁ । ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପ;ନାୟକ । ଚଳଚ୍ଚିତ୍ରକୁ ନେଇ ଅର୍ଚ୍ଚିତା ଓ ପୂରା ଟିମ୍ ବହୁତ ଉତ୍ସାହିତ ଅଛନ୍ତି । ନିଦେ୍ର୍ଧଶକ ଅଶ୍ୱିନୀ କହିଛନ୍ତି, ସିନେମାରେ ଆକ୍ସନ୍ଠୁ ନେଇ ବିଭିନ୍ନ କ୍ଷେତ୍ରରେ କିଛି ନୂଆ କରିଛୁ, ଯାହା ଓଡ଼ିଆ ସିନେମାରେ ପ୍ରଥମ । ପ୍ରଥମ ସିନେମାଠାରୁ ବି ଏହାର ବଜେଟ୍ ଦୁଇଗୁଣ ରହିଛି । ଆଶା ମୁ୍ୟଜିକ୍ ଭିଡିଓ ପରି ମୋର ଏହି ସିନେମା ବି ଦର୍ଶକଙ୍କ ମନକୁ ଛୁଇଁବ । ଆଶୀର୍ବାଦ କରନ୍ତୁ, ଆଗକୁ ସବୁକିଛି ଭଲ ହେଉ । ଅର୍ଚ୍ଚିତା କହିଛନ୍ତି, ଅପେକ୍ଷା ଖୁବ୍ଶୀଘ୍ର ଫେରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons