ଏଥର ଗାଲୁଆପୁରରେ ଭେଟ

Get real time updates directly on you device, subscribe now.

ଦୀର୍ଘ ପ୍ରତୀକ୍ଷାର ଅନ୍ତ ସହ ଦର୍ଶକଙ୍କୁ ବୁଲେଇନେବାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର-ଅଜବ ଗାଁର ଗଜବ କଥା’ । ହାସ୍ୟରସ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ନାୟକ ଭୂମିକାରେ ପପୁ ପମ୍ପମ୍ ଅଭିନୟ କରିଛନ୍ତି । ତାଙ୍କ ନାୟିକା ସାଜିଛନ୍ତି ବାରିପଦା ସୁନ୍ଦରୀ ନବାଗତା ମନୀଷା । ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ଅଭିନେତା ମିହିର ଦାସ, କୁନା ତ୍ରିପାଠୀ, ଅନ୍ତର୍ଯ୍ୟାମୀ ପଣ୍ଡା, ସୁଜିତ୍ ଓ ଅନ୍ୟମାନେ ଅତି ସୁନ୍ଦର ଅଭିନୟ କରିଛନ୍ତି । ପ୍ରତିମା ପ୍ରଡକ୍ସନ୍ସ ପକ୍ଷରୁ ସନ୍ତୋଷ ଶତ୍ପଥୀ ନିବେଦିତ ଏହି ଚିତ୍ରର ପ୍ରଯୋଜନାରେ ଅଛନ୍ତି ସମ୍ପ୍ରିତ୍ ସ୍ୱରୂପ୍ ଶତ୍ପଥୀ । ସହ ପ୍ରଯୋଜନାରେ ସମ୍ବିତ୍ ସ୍ୱରୂପ୍ ଶତ୍ପଥୀ, ଦୀପ୍ତିରଞ୍ଜନ ସାହୁ, ସବ୍ୟସାଚୀ ଜେନା ଓ ଦିବ୍ୟଲୋଚନ ସାହୁ ଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ନନ୍ଦଲାଲ ମହାପାତ୍ର । ସ୍ୱର୍ଗତ ଅମରେନ୍ଦ୍ର ମହାନ୍ତିଙ୍କ ସ୍ୱର ସଂଯୋଜନା ସହ ଚିତ୍ରନାଟ୍ୟ ଓ ନିଦେ୍ର୍ଧଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons