ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ, ପ୍ରଣୟ

Get real time updates directly on you device, subscribe now.

ଟୋକିଓ: ଭାରତୀୟ ମହିଳା ତାରକା ପିଭି ସିନ୍ଧୁ ଚଳିତ ଜାପାନ ଓପନ ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେ ଚୀନର ଅଣସିଡେଡ୍ ଖେଳାଳି ହାନ ହ୍ୟୁଙ୍କୁ ୨୧-୯, ୨୧-୧୭ ଗେମ୍ରେ ପରାଜିତ କରିଥିଲେ । ଉଭୟଙ୍କ ମଧ୍ୟରେ ମାତ୍ର ୩୭ ମିନିଟ୍ ଧରି ପ୍ରତିଯୋଗିତା ହୋଇଥିଲା । ସିନ୍ଧୁ ଉଭୟ ଗେମ୍କୁ ଅତି ସହଜରେ ବିଜୟୀ ହୋଇଥଲେ । ଦ୍ୱିତୀୟ ରାଉଣ୍ଡ ସେ ଜାପାନର ଆୟା ଓହୋରିଙ୍କୁ ଭେଟିବେ ।
ପୁରୁଷ ସିଙ୍ଗଲ୍ସରେ ଏଚ୍ଏସ୍ ପ୍ରଣୟ ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେ ଅଷ୍ଟମ ସିଡ୍ କେ. ଶ୍ରୀକାନ୍ତଙ୍କୁ ଭେଟିଥିଲେ । ପ୍ରଣୟ ୧୩-୨୧, ୨୧-୧୧, ୨୨-୨୦ ଗେମ୍ରେ ବିଜୟ ଲାଭ କରିଥିଲେ । ଉଭୟଙ୍କ ମଧ୍ୟରେ ୫୯ ମିନିଟର ମୁକାବିଲା ହୋଇଥିଲା । ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି ଶ୍ରୀକାନ୍ତ ଚଳିତ ସିଜନରେ ତାଙ୍କର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ଦ୍ୱିତୀୟ ରାଉଣ୍ଡରେ ପ୍ରଣୟ ଡେନମାର୍କର ରାସମୁସ ଜେମକେଙ୍କୁ ଭେଟିବେ ।
ସମୀର ବର୍ମା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସେ ଡେନମାର୍କର ଆଣ୍ଡର୍ସ ଆଣ୍ଟୋନସେନଙ୍କ ଠାରୁ ୧୭-୨୧, ୧୨-୨୧ ଗେମ୍ରେ ପରାସ୍ତ ହୋଇଥିଲେ । ପୁରୁଷ ଡବଲ୍ସରେ ସାର୍ତ୍ତିକସାଇରାଜ ଓ ଚୀରାଗ ସେଟ୍ଟୀ ଯୋଡ଼ି ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି । ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନୀ ପୁନାପ୍ପା ଓ ଏନ୍ ସିକ୍କି ରେଡ୍ଡୀ ଯୋଡ଼ି ପ୍ରଥମ ରାଉଣ୍ଡରେ ପରାଜିତ ହୋଇ ବିଦାୟ ନେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons