ଇନ୍ଷ୍ଟାଗ୍ରାମ ଧନୀ ଖେଳାଳି ତାଲିକା: କୋହଲି ନବମ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ପ୍ରତି ପୋଷ୍ଟ ପାଇଁ ଅର୍ଥ ଆୟ କରୁଥିବା ଖେଳାଳିମାନଙ୍କ ମଧ୍ୟରେ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଅନ୍ୟତମ । ସୋସିଆଲ୍ ମିଡିଆ ପୋଷ୍ଟରୁ ଆୟ ତାଲିକାରେ କୋହଲି ନବମ ସ୍ଥାନରେ ରହିଛନ୍ତି । ପର୍ତ୍ତୁଗାଲ୍ର ଷ୍ଟାର୍ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆୟ ସର୍ବାଧିକ ରହିଛି । ଇନ୍ଷ୍ଟାଗ୍ରାମ୍ ପକ୍ଷରୁ ବିଶ୍ୱର ସମସ୍ତ ଖେଳାଳିଙ୍କ ଆୟକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ନିଜର ପ୍ରତି ପୋଷ୍ଟକୁ ନେଇ ରୋନାଲ୍ଡୋ ବିଜ୍ଞାପନ ଦାତାଙ୍କ ଠାରୁ ସର୍ବାଧିକ ଅର୍ଥ ଆୟ କରୁଥିବା ଜଣା ପଡ଼ିଛି । ପୋଷ୍ଟ ପିଛା ପ୍ରତି ବିଜ୍ଞାପନଦାତାଙ୍କ ଠାରୁ ରୋନାଲ୍ଡୋଙ୍କ ଆୟ ଭାରତୀୟ ମୁଦ୍ରାରେ ୫ଲକ୍ଷ ଟଙ୍କାରୁ ଅଧିକ । ଏହି ତାଲିକାରେ କୋହଲି ନବମ ସ୍ଥାନରେ ରହିଛନ୍ତି । ସେ ଇନ୍ଷ୍ଟାଗ୍ରାମ୍ରେ ପ୍ରତି ପୋଷ୍ଟ ବାବଦରେ ୧୩୫୨୨୮୩୭.୦୪ ଟଙ୍କା ଆୟ କରୁଛନ୍ତି । ଇନ୍ଷ୍ଟାଗ୍ରାମ୍ରେ କୋହଲିଙ୍କର ୩କୋଟି ୩୮ଲକ୍ଷ ପ୍ରଶଂସକ ରହିଛନ୍ତି । ରୋନାଲ୍ଡୋ ପ୍ରତି ପୋଷ୍ଟ ବାବଦରେ ୬,୭୨,୬୯,୨୧୪.୮୫ ଟଙ୍କା ଆୟ କରୁଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା ବ୍ରାଜିଲର ନେୟମାର ୪,୯୬,୭୫,୭୨୭.୮୯ଟଙ୍କା ଆୟ କରୁଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଆର୍ଜେଣ୍ଟିନାର ଲିଓନେଲ ମେସି । ସେ ୪,୪୭,୦୮,୧୫୫.୧୦ଟଙ୍କା ଆୟ କରୁଛନ୍ତି । ଏହି ତାଲିକାରେ ଇଂଲଣ୍ଡର ପୂର୍ବତନ ଫୁଟବଲ୍ ଖେଳାଳି ଡେଭିଡ୍ ବେକ୍ହାମ୍ ଚତୁର୍ଥ ଓ ଆମେରିକା ବାସ୍କେଟବଲ୍ ଖେଳାଳି ଲିବର୍ନ ଜେମ୍ସ ପଞ୍ଚମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons