ଆଲମିରାରୁ ମିଳିଲା ୧୪୨ କୋଟି ଟଙ୍କା

Get real time updates directly on you device, subscribe now.

ହାଇଦ୍ରାବାଦ: ଆୟକର ବିଭାଗ ପକ୍ଷରୁ ହାଇଦ୍ରାବାଦସ୍ଥିତ ହେଟେରୋ ଫାର୍ମାସୁ୍ୟଟିକାଲ ଗ୍ରୁପ୍ରେ ଚଢ଼ାଉ କରାଯାଇଛି । ୬ଟି ରାଜ୍ୟର ପ୍ରାୟ ୫୦ଟି ସ୍ଥାନରେ ଥିବା ଏହି କମ୍ପାନି ସହ ଜଡିତ ସଂସ୍ଥା ଓ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା । ଏହି କମ୍ପାନି ଉତ୍ପାଦନ କରୁଥିବା ଫାର୍ମା ସାମଗ୍ରୀ ଆମେରିକା, ୟୁରୋପ, ଦୁବାଇ ଓ ଅନ୍ୟ ଆଫ୍ରିକୀୟ ଦେଶକୁ ରପ୍ତାନୀ କରିଥାଏ । ତେବେ ହାଇଦ୍ରାବାଦସ୍ଥିତ କମ୍ପାନିର ମୁଖ୍ୟାଳୟରେ ଚଢ଼ାଉ ବେଳେ ଆୟକର ଅଧିକାରୀମାନେ ଆଲମିରାରେ ୧୪୨ କୋଟି ନଗଦ ଟଙ୍କା ରଖାଯାଇଥିôବା ଦେଖିବାକୁ ପାଇଥିଲେ । ଆଲମିରାରେ କେବଳ ୫୦୦ ଟଙ୍କିଆ ବିଡା ବିଡା ନୋଟ ଦେଖି ଆୟକର ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା । ଏପର୍ଯ୍ୟନ୍ତ ଏହି କମ୍ପାନିର ପ୍ରାୟ ୫୫୦ କୋଟି ଟଙ୍କାର ବେଆଇନ ସମ୍ପତ୍ତି ମିଳିଛି । ଏଥିସହ ଜଡିତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଆୟକର ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons