ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧିମଣ୍ଡଳ

Get real time updates directly on you device, subscribe now.

ଲକ୍ଷେ୍ନø: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଚାଷୀ ଆନେ୍ଦାଳନ ସମୟରେ ହୋଇଥିବା ହିଂସା ଘଟଣା ଏବେ ରାଷ୍ଟ୍ରପତି ଭବନ ଯାଏ ପହଞ୍ଚିଯାଇଛି । ବୁଧବାର ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ସେମାନେ ଘଟଣା ସହ ସଂପର୍କିତ ତଥ୍ୟ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ଏଥିସହ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଆଶିଷ ମିଶ୍ରଙ୍କ ପିତା କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ । ଏ ସଂପର୍କରେ ରାହୁଲ ଗାନ୍ଧି କହିଛନ୍ତି, ଅଭିଯୁକ୍ତଙ୍କ ପିତା କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ । ସେ ଯେବେ ଯାଏ ପଦରେ ରହିବେ ସେବେଯାଏ ନ୍ୟାୟ ମିଳିବ ନାହିଁ ବୋଲି ଆମେ ରାଷ୍ଟ୍ରପତିଙ୍କୁ ଅବଗତ କରିଛୁ । ଆମେ ମଧ୍ୟ ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଏହି ଘଟଣାର ତଦନ୍ତ କରିବାକୁ ଦାବି ରଖିଛୁ । ସେପଟେ ଏହି ମାମଲାରେ ଆଶିଷଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଯାଇଛି । ଇତିମଧ୍ୟରେ ଆଜି ଆଶିଷଙ୍କ ଘନିÂ ବନ୍ଧୁ ବୋଲି କୁହାଯାଉଥିବା ଅଙ୍କିତ ଦାସ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ କରିବା ପରେ ତାଙ୍କୁ ଲକ୍ଷ୍ମୀପୁରସ୍ଥିତ କ୍ରାଇମବ୍ରାଞ୍ଚ ଅଫିସ୍ରେ ଏସ୍ଆଇଟି ପକ୍ଷରୁ ଜେରା କରାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଛି । ଏକ ସ୍ଥାନୀୟ କୋର୍ଟ ତାଙ୍କୁ ୩ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ଚାଷୀମାନଙ୍କ ଉପରେ ଯେଉଁ ଗାଡ଼ି ଚଢ଼ିଯାଇଥିଲା ତା’ ପଛରେ ଥିବା ଫର୍ଚୁନର ଗାଡ଼ି ଅଙ୍କିତଙ୍କର ବୋଲି କୁହାଯାଉଛି । ସୂଚନାଥାଉକି, ଲକ୍ଷ୍ମୀପୁର ଖେରିରେ ଅକ୍ଟୋବର ୩ ତାରିଖରେ ହୋଇଥିବା ହିଂସାରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତୁ୍ୟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏ ନେଇ ୪ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons