୧୪ ନୂଆ ବିଚାରପତି ନିଯୁକ୍ତ:ଓଡ଼ିଶା ହାଇକୋର୍ଟରେ ୩ ବିଚାରପତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଓଡ଼ିଶା, ତେଲଙ୍ଗାନା ଏବଂ କେରଳ ହାଇକୋର୍ଟ ପାଇଁ ୧୪ ଜଣ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍ଭି ରମନାଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ବିଚାରପତିମାନଙ୍କୁ ନିଯୁକ୍ତି ଦେଇଛନ୍ତି । ତେଲଙ୍ଗନା ହାଇକୋର୍ଟରେ ୭ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କେରଳ ହାଇକୋର୍ଟ ପାଇଁ ୪ ଜଣ ଏବଂ ଓଡ଼ିଶା ହାଇକୋର୍ଟ ପାଇଁ ୩ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ୧୪ ନବନିଯୁକ୍ତ ବିଚାରପତିଙ୍କ ମଧ୍ୟରୁ ୧୨ ଜଣ ପୂର୍ବରୁ ନ୍ୟାୟିକ ଅଧିକାରୀ, ଜଣେ ଆଇନଜୀବି ଏବଂ ଅନ୍ୟ ଜଣେ ଆୟକର ଟ୍ରିବୁ୍ୟନାଲରେ କାର୍ଯ୍ୟ କରୁଥିଲେ ।
ସୂଚନାଥାଉକି, ମୃଗଙ୍କ ଶେଖର ସାହୁ, ରାଧାକୃଷ୍ଣ ପ;ନାୟକ ଏବଂ ଶଶିକାନ୍ତ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ମୃଗଙ୍କ ଶେଖର ସାହୁ ହାଇକୋର୍ଟରେ ଆଇନଜୀବି ଭାବେ କାର୍ଯ୍ୟ କରୁଥିବା ବେଳେ ରାଧାକୃଷ୍ଣ ପ;ନାୟକ ଏବଂ ଶଶିକାନ୍ତ ମିଶ୍ର ପୂର୍ବରୁ ନ୍ୟାୟିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ତେଲଙ୍ଗାନା ହାଇକୋର୍ଟ ପାଇଁ ପି. ଶ୍ରୀ ସୁଦ୍ଧା, ସି. ସୁମଲତା, ଜି ରାଧାରାଣୀ, ଏମ୍ ଲକ୍ଷ୍ମଣ, ଏନ୍ ତୁକରାମଜୀ, ଏ. ଭେଙ୍କଟେଶ୍ୱର ରେଡ୍ଡି ଏବଂ ମାଧବୀ ଦେବୀଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି କେରଳ ହାଇକୋର୍ଟ ପାଇଁ ଚନ୍ଦ୍ରଶେଖରନ୍ ଜୟଚନ୍ଦ୍ରନ, ସୋଫି ଥୋମାସ୍, ପୁଥେନ ଭୀଡୁ ଗୋପାଳ ଏବଂ ଚନ୍ଦ୍ରଶେଖରନ୍ ସୁଦ୍ଧାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons