ବଢ଼ି ଚାଲିଛି ଖାଇବା ତେଲ ଦରଦାମ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସରକାର ଯେତେ ପଦକ୍ଷେପ ନେଲେ ବି ଘରୋଇ ବଜାରରେ ଖାଇବା ତେଲ ଦରଦାମ ବୋଲ ମାନୁନାହିଁ । ଏବେ ବି ଅଧିକାଂଶ ତେଲ ଦର ଉଚ୍ଚା ରହିବାରୁ ଖାଉଟିମାନେ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଧବାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଶୋଧିତ ତାଳତେଲ, ସୋୟା ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ମୌଳିକ ବହିଃଶୁଳ୍କ ଏବଂ କୃଷି ସେସ୍କୁ ହଟାଇ ଦେଇଛନ୍ତି । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଲାଗୁ ହେବ । ଖୁବଶୀଘ୍ର ଏହାର ପ୍ରଭାବ ଘରୋଇ ବଜାରରେ ପ୍ରତିଫଳିତ ହେବା ନେଇ ଆଶା କରାଯାଉଛି ।
କେନ୍ଦ୍ରୀୟ ପରୋକ୍ଷ ଓ ବହିଃଶୁଳ୍କ ବୋର୍ଡ (ସିବିଆଇସି) ଏକ ବିଜ୍ଞପ୍ତିରେ କହିଛି ଯେ ଅଶୋଧିତ ଖାଇବା ତେଲ ଉପରେ ଶୁଳ୍କ ହ୍ରାସ ନିଷ୍ପତ୍ତି ୧୪ ତାରିଖରୁ ଲାଗୁ ହେବ ଏବଂ ଏହା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଟିକସ ହ୍ରାସ ପରେ ଏବେ ଅଶୋଧିତ ତାଳ ତେଲ ଉପରେ ୭.୫% କୃଷି ଭିତ୍ତିଭୂମି ବିକାଶ ସେସ୍ (ଏଆଇଡିସି) ଲାଗୁଥିବା ବେଳେ ଅଶୋଧିତ ସୋୟାବିନ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ଏହା ୫ଧକୁ ହ୍ରାସ ପାଇଛି । ତାଳ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ବହିଃଶୁଳ୍କ ପରିମାଣ ଯଥାକ୍ରମେ ୮.୨୫%, ୫.୫% ଓ ୫.୫% ରହିଛି । ସେହିଭଳି ସୂର୍ଯ୍ୟମୁଖୀ, ସୋୟାବିନ, ପାମୋଲିନ ଓ ତାଳ ତେଲର ରିଫାଇନ୍ଡ ଭେରାଇଟି ତେଲ ଉପରେ ମୌଳିକ ବହିଃଶୁଳ୍କ ୩୨.୫%ରୁ ୧୭.୫%କୁ ହ୍ରାସ ପାଇଛି ।
ସଲ୍ଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ବି ଭି ମେହଟ୍ଟା କହିଛନ୍ତି, ଘରୋଇ ଖୁଚୁରା ବଜାରରେ ଅତ୍ୟଧିକ ଦରଦାମକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଖାଇବା ତେଲ ଉପରେ ଆମଦାନି ଶୁଳ୍କ ହ୍ରାସ କରିଛନ୍ତି । ପୂର୍ବରୁ ତେଲ ଉପରେ ମହଜୁଦ ସୀମା କଟକଣା ଲାଗୁ କରାଯାଇଛି । ଅର୍ଥାତ ବେପାରୀ କିମ୍ବା ଆମଦାନିକାରୀମାନେ ଅଧିକ ତେଲ ଷ୍ଟକ୍ ରଖିପାରିବେ ନାହିଁ ।
ଏକ ରିପୋର୍ଟ ମୁତାବକ ଚଳିତବର୍ଷ ସେପ୍ଟେମ୍ବରରେ ଭାରତର ଖାଇବା ତେଲ ଆମଦାନି ୬୩ଧ ବୃଦ୍ଧି ପାଇ ୧୬.୯୮ ଲକ୍ଷ ଟନ୍ ହୋଇଛି । ମାସିକ ଭିତ୍ତିରେ ଏହା ଏକ ରେକର୍ଡ । ତାଳ ତେଲର ସର୍ବକାଳୀନ ସର୍ବାଧିକ ଆମଦାନି ଯୋଗୁ ଏହା ହୋଇଛି । ପୂର୍ବରୁ ୨୦୧୫ ଅକ୍ଟୋବରରେ ଭାରତ ୧୬.୫୧ ଲକ୍ଷ ଟନ୍ ତେଲ ଆମଦାନି କରିଥିଲା । ସେହିଭଳି ଚଳିତବର୍ଷ ସେପ୍ଟେମ୍ବରରେ ଉଭୟ ଖାଇବା ଓ ଅଣ ଖାଇବା ତେଲ ଆମଦାନି ୬୬% ବୃଦ୍ଧି ପାଇ ୧୭,୬୨,୩୩୮ ଟନ୍ ହୋଇଛି, ଯାହା କି ୨୦୨୦ ସେପ୍ଟେମ୍ବରରେ ୧୦,୬୧,୯୪୪ ଟନ୍ ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons