ଟାଟା ହେରିୟରର “ସୁଦର୍ଶନ ଭାରତ ପରିକ୍ରମା’ ରାଲି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱାଧୀନତାର ୭୫ତମ ବାର୍ଷିକୀ ଉପଲକ୍ଷେ “ଆଜାଦି କା ଅମୃତ ମହୋତ୍ସବ’ ପାଳନ କରିବା ପାଇଁ ୪୭ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ(ଏନଏସଜି) କମାଣ୍ଡୋଙ୍କ ଏକ ଗୋÂୀ ଭାରତର ଦୈର୍ଘ୍ୟ ପ୍ରସ୍ଥ ଢାଙ୍କିବା ପାଇଁ “ସୁଦର୍ଶନ ଭାରତ ପରିକ୍ରମା’ ଆରମ୍ଭ କରିଥିଲେ । ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ଅଟୋ ନିର୍ମାତା ଟାଟା ମୋଟର୍ସର ଶକ୍ତ ଏବଂ ତଗ୍ଡା ଏସ୍ୟୁଭି ଟାଟା ଅଡାର୍କ ହେରିୟର ବ୍ଲାକ କେଟ କମାଣ୍ଡୋଙ୍କ ଧାରୁଆ ବ୍ୟକ୍ତିତ୍ୱ ସହିତ ପ୍ରତିଧ୍ୱନିତ ହୋଇଛି ଏବଂ ଏହି ଅଭିଯାନରେ ଏନଏସଜିର ପସନ୍ଦ ଗାଡି ହୋଇଥିବାରୁ ଗର୍ବିତ ।
୧୫ଟି ଟାଟା ଅଡାର୍କ ହେରିୟରରେ ଚାଳିତ ଏହି ଲ୍ୟାଣ୍ଡମାର୍କ ରାଲି ୧୮ଟି ପ୍ରମୁଖ ସହର ଦେଇ ୭୫୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଏକ ମାସରୁ କମ ସମୟ ନେବ । ଏହି ରାଲି ଆଜି ଭୁବନେଶ୍ୱରରେ ପହଞ୍ଚିଥିଲା । ଏହା ପୂର୍ବରୁ ଦିଲ୍ଲୀ, ଆଗ୍ରା, ଲକ୍ଷେ୍ନø, ବାରାଣାସୀ, ଗୟା, ଜାମସେଦପୁର, କୋଲକାତା ଦେଇ ଯାତ୍ରା କରିଛି ।
ଏନଏସଜି ଏକ ଅଭିଜିତ ଆତଙ୍କବାଦ-ବିରୋଧ ଶକ୍ତି ଅଟେ ଏବଂ କମାଣ୍ଡୋମାନେ ସାହାସୀ, ଅତ୍ୟଧିକ ଉତ୍ସାହୀ ଏବଂ ସର୍ବାଧିକ କଠିନ ପରିସ୍ଥିତିରେ ଜିତିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ପ୍ରାପ୍ତ ଅଟନ୍ତି । ନୂଆଦିଲ୍ଲୀର ଲାଲକିଲ୍ଲାରୁ ଆରମ୍ଭ କରି “ସୁଦର୍ଶନ ଭାରତ ପରିକ୍ରମା’ ଆଗ୍ରା, ଲକ୍ଷେ୍ନø, ବାରଣାସୀ, ବୋଧ ଗୟା, ଜାମସେଦପୁର, କୋଲକାତା, ଭୁବନେଶ୍ୱର, ବ୍ରହ୍ମପୁର, ଭାଇଜାଗ, ବିଜୟୱାଡା, ହାଇଦ୍ରାବାଦ, ଅଙ୍ଗୋଲ, ଚେନ୍ନାଇ, ବେଙ୍ଗାଲୁରୁ, ହୁବଲୀ, ମୁମ୍ୱାଇ, ଅହମ୍ମଦାବାଦ ଏବଂ ଜୟପୁର ଆଦି ଦେଇ ଭାରତର ପ୍ରମୁଖ ଯୁଦ୍ଧ ସ୍ମାରକୀ ଏବଂ ମନୁମେଣ୍ଟ ପରିଦର୍ଶନ କରି ଦେଶର ସୁରକ୍ଷାକାରୀଙ୍କ ସମର୍ପଣ ଏବଂ ଦୃଢତାର ଉତ୍ସବ ପାଳନ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons