‘ଅର୍ଦ୍ଧାଙ୍ଗିନୀ’ ହୋଇ ଫେରିଲେ ମୋନାଲିସା

Get real time updates directly on you device, subscribe now.

ଦୀର୍ଘଦିନ ପରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ମୋନାଲିସା । ସୌଭାଗ୍ୟର କଥା ସାଙ୍ଗରେ ଜୀବନସାଥୀ ଦେବାଶିଷ ଅଛନ୍ତି । ଜୀସାର୍ଥକ ଫିଲ୍ମସ୍ ନିବେଦିତ ମୋନାଲିସା ଥ୍ରିଡି ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ଅର୍ଦ୍ଧାଙ୍ଗିନୀ’ । ସିନେମାର ପ୍ରଯୋଜନା ସାଙ୍ଗକୁ ଅଭିନୟ କରିଛନ୍ତି ଦେବାଶିଷ । ଏହା ଦେବାଶିଷଙ୍କ ପ୍ରଯୋଜିତ ୪ର୍ଥ ସିନେମା । ମୁଖ୍ୟ ଚରିତ୍ରରେ ମୋନାଲିସା କାନୁନ୍ଗୋ, ଦେବାଶିଷ ପାତ୍ରଙ୍କ ବ୍ୟତୀତ ଲିପ୍ସା ମିଶ୍ର, ପ୍ରଦୁ୍ୟମ୍ନ ଲେଙ୍କା, ସୁରେଶ ବଳ, ଅମ୍ରିତା ଶୁକ୍ଳା, ଆକାଶ, ଶିଶୁ କଳାକାର ଆୟୁଷ ଓ ଅନ୍ୟମାନେ ରହିଛନ୍ତି । ସିନେମାର ସଂଳାପ ରଚନା ସାଙ୍ଗକୁ ଚିତ୍ରନାଟ୍ୟ ପ୍ରସ୍ତୁତି କରିଛନ୍ତି ଡ. ରଜନୀରଞ୍ଜନ । ନିଦେ୍ର୍ଧଶନା ଓ କୋରିଓଗ୍ରାଫି କରିଛନ୍ତି ବବି ଇସ୍ଲାମ । ସଙ୍ଗୀତ ନିଦେ୍ର୍ଧଶନା ଗୁଡଲୀ ରଥ ଦେଇଥିଲା ବେଳେ ଗୀତ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର । ଗୀତ ଗାଇଛନ୍ତି ଇରା ମହାନ୍ତି, ହୁ୍ୟମାନ ସାଗର ଓ ଲିପ୍ସା ମହାପାତ୍ର । କ୍ୟାମେରା ପରିଚାଳନା କରୁଛନ୍ତି ନିରଞ୍ଜନ ଦାସ । ସମ୍ପାଦନା ଦାୟିତ୍ୱରେ ରାଜେଶ ଦାଶ ରହିଛନ୍ତି । କଳା ନିଦେ୍ର୍ଧଶନା ବୁଝୁଛନ୍ତି ଲିଙ୍କନ ପ;ନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons