ପ୍ରେମ ବଡ଼ ନା’ ବନ୍ଧୁତ୍ୱ?

Get real time updates directly on you device, subscribe now.

ପ୍ରେମ ବଡ଼ ନା’ ବନ୍ଧୁତ୍ୱ? ପାଞ୍ଚ ଜଣ ସାଙ୍ଗଙ୍କ ଭିତରେ ଏମିତି ଏକ ଘଟଣାକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେମା ‘ଚାଲ୍ ଟିକେ ପ୍ରେମ କରିବା’ । ଦେବକୀ ଫିଲ୍ମସର ଦ୍ୱିତୀୟ ଅବଦାନରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର୍ ନିକଟରେ ସୋସିଆଲ୍ ମିଡିଆରେ ରିଲିଜ୍ ହୋଇ ଲୋକପ୍ରିୟତା ସାଉଁଟି ଚାଲିଛି । ଏଥିରେ ୫ଟି ଗୀତ ରହିବା ସହ ଏହାର ନୃତ୍ୟ ସଂଯୋଜନା ଓ ସୁଟିଂ ବହୁତ ସୁନ୍ଦର ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଗୀତିକାର ପଞ୍ଚାନନ ନାୟକ ଓ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି । ଗାଇଛନ୍ତି ହୁ୍ୟମାନ୍ ସାଗର, ତପୁ ମିଶ୍ର, ପ୍ରଜ୍ଞା ହୋତା, ସତ୍ୟଜିତ, ଅଭିଜିତ ମିଶ୍ର ଓ ଅଭିଜିତ ମଜୁମଦାର । ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ । ସିନେମା ରିଲିଜ୍ ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବାବେଳେ ଏଇ ଅକ୍ଟୋବରରେ ପୂଜା ବଜାରରେ ବାଜା ବଜାଇବା ଲକ୍ଷ୍ୟରେ ଥିବା ଜଣାପଡ଼ିଛି । ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ । ସେ ଏଥିରେ ଅଭିନୟ ବି କରିଛନ୍ତି । ପୂର୍ବରୁ ସେ ଫିଲ୍ମର ପ୍ରଯୋଜନା ସାଙ୍ଗକୁ ଅଭିନୟ କରିସାରିଛନ୍ତି । ସିନେମାର ମୁଖ୍ୟ ଭୂମିକାରେ ଦେବରାଜ, ଚିନ୍ମୟୀ ଓ ଲିପ୍ସା ପ୍ରମୁଖ ଅଭିନୟ କରିଛନ୍ତି । ଅନ୍ୟାନ୍ୟ ଭୂମିକାରେ ପ୍ରଜ୍ଞା, ସଲିଲ ମିତ୍ର, ଗୁଡ୍ଡୁ, ସୁଶୀଲ, ଲକ୍ଷ୍ମୀପ୍ରିୟା, ରବି, ଭବାନୀ, ପୁପିନ୍ଦର, କାଳୀଚରଣ, ରଞ୍ଜିତା ପାଣିଗ୍ରାହୀ, ବିରେନ ମିଶ୍ର ଓ ଗୁଲୁଆ ପ୍ରମୁଖ ରହିଛନ୍ତି । ସିନେମାର କାହାଣୀ ଦେବକୀ ସାହୁ ଏବଂ ସଂଳାପ ଆଶୁତୋଷ ବାରିକ ଲେଖିଥିବା ବେଳେ ଧୀରେନ୍ ସାହୁ କ୍ୟାମେରା ପରିଚାଳନା କରିଛନ୍ତି । ଚିତ୍ରନାଟ୍ୟ ଓ ନିଦେ୍ର୍ଧଶନା ଭାର ସମ୍ଭାଳିଛନ୍ତି ସରୋଜକାନ୍ତ । ପୂର୍ବରୁ ସେ ୫ଟି ଚଳଚ୍ଚିତ୍ରରେ ନିଦେ୍ର୍ଧଶନା ଦେଇଛନ୍ତି । ଯାହା ଦର୍ଶକୀୟ ଆଦୃତି ଲାଭ କରିଛି । ଆଶା ତାଙ୍କର ଏ ସିନେମା ବି ଦର୍ଶକଙ୍କ ମନକୁ ଛୁଇଁବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons