ଫୁଲବାଣୀ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଟେଲାପାଲି ଶ୍ରାସାନଣ୍ଡା ଗାଁ ନିକଟ ରାସ୍ତା କଡ଼ରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।
ଆଜି ଭୋର ସକାଳୁ ରାସ୍ତା କଡରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଗାଁ ଲୋକ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଯୁବକ ଜଣକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫିରିଙ୍ଗିଆ ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ଯୁବକଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବାରୁ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କଟାଯାଇଥିବା ଜଣାପଡୁଛି । ଯୁବକ ଜଣକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଖଣ୍ଡିକଟା ଗାଁର ପ୍ରମୋଦ କହଁର ବୋଲି ଜଣାପଡିଛି । ସେ ଟେଲାପାଲିରେ ଥିବା ତାଙ୍କ ମାମୁ ଘରକୁ ବୁଲିବା ପାଇଁ ଆସିଥିଲେ । ତେବେ ଯୁବକ ଜଣକ ଉକ୍ତ ସ୍ଥାନକୁ କେମିତି ଆସିଲେ ଏବଂ ତାଙ୍କ ତଣ୍ଟି କାଟି କିଏ ରାସ୍ତା କଡରେ ପକାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ।
Comments are closed, but trackbacks and pingbacks are open.