୪ ଦିନିଆ ରିମାଣ୍ଡରେ ମନିଷଙ୍କ ହତ୍ୟା ଅଭିଯୁକ୍ତ:ସତ ଉଗାଳିବେ ସାଙ୍ଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁଚର୍ଚ୍ଚିତ ମନିଷ ଅନୁରାଗଙ୍କ ହତ୍ୟାକାଣ୍ଡର ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୁଲିସ । ମନୀଷଙ୍କ ସାଙ୍ଗ ଅମ୍ରିତ ପ୍ରୀତମ ବିଶ୍ୱାଳ ଓ ଅନ୍ୟ ସହଯୋଗୀ ଆସନ୍ତାକାଲିଠୁ ପୁଲିସର ମାରାଥନ୍ ଜେରାକୁ ସାମ୍ନା କରିବେ । ସେହି କାଳ ରାତିର ସତ ବାହାର କରି ମନିଷଙ୍କ ହତ୍ୟା ରହସ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱ ହଟାଇବା ଆଶାରେ ଅଛି ପୁଲିସ ।
ମନୀଷଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସାରିଛି । ମାତ୍ର ହତ୍ୟାକାଣ୍ଡକୁ ନେଇ ରହସ୍ୟ ଏବେ ବି ଦୂର ହୋଇନାହିଁ । ଘଟଣାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ପ୍ରଥମେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟାର କାରଣ ଶ୍ୱାସରୁଦ୍ଧ (ଆସ୍ପେକ୍ସିଆ) ବୋଲି ଦର୍ଶାଯାଇଥିଲା । କିନ୍ତୁ ସାଙ୍ଗଙ୍କ ସହ ଠେଲାପେଲା ଯୋଗୁଁ ମନିଷଙ୍କ ମୃତୁ୍ୟ ହୋଇଥିବା ନେଇ ଡିସିପି ଉମାଶଙ୍କର ଦାଶଙ୍କ ମତ ପରେ ହତ୍ୟାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି । ଠେଲାପେଲାରୁ ଶ୍ୱାସରୁଦ୍ଧ ହୋଇ ମୃତୁ୍ୟକୁ ସହଜରେ ଗ୍ରହଣ କରି ହେଉନି । ସେପଟେ ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ମାର୍ପିଟ୍ ହିଁ ହତ୍ୟାର ଉଦେ୍ଧଶ୍ୟ (ମୋଟିଭ୍) ବୋଲି ପୁଲିସ ଦର୍ଶାଇଛି ସତ । କିନ୍ତୁ ଏଯାଏଁ ଅନେକ ଅସମାହିତ ପ୍ରଶ୍ନ ମାମଲା ସହ ଯୋଡିÿ ହୋଇରହିଛି ।
ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଜେରା ବେଳେ ମୁଖ୍ୟ ହତ୍ୟାକାରୀର ପ୍ରମାଣ ଖୋଜିବ । ସେହିପରି ଅଭିଯୁକ୍ତଙ୍କଠୁ ହଜିଥିବା ମୋବାଇଲର ତଥ୍ୟ ଉଗାଳିବ । ଅମ୍ରିତଙ୍କ ବାଦ୍ ଅନ୍ୟମାନଙ୍କୁ ମନିଷ କେମିତି ଚିହ୍ନିଲେ? ସେମାନଙ୍କୁ ନିଜ ବ୍ୟାଚେଲର ପାର୍ଟିକୁ କାହିଁକି ନିମନ୍ତ୍ରଣ କରିଥିଲେ? ଯଦି ହୋଟେଲରେ ଏକାଠି ମଦ ପିଇଲେ, ଟଙ୍କା ନେଣଦେଣକୁ ନେଇ କିଏ ପ୍ରଥମେ ଝଗଡ଼ା କରିଥିଲା? ଏସବୁ ଦିଗରେ ପୁଲିସ ଖୋଳତାଡ଼ କରିବ । ସେପଟେ ପୂର୍ବରୁ ସେମାନେ ସାଉଥ୍ ସିଟି ହୋଟେଲକୁ ଯାଇଥିଲେ କି ନାହିଁ? ମନିଷଙ୍କ ଆଗରେ ଯାଉଥିବା ଯୁବତୀ ଜଣକ କିଏ? ପାତ୍ରପଡ଼ା ନମ୍ରକର୍ଣ୍ଣି ପୋଖରିର ଠିକଣା ନେଇ ଅଭିଯୁକ୍ତମାନେ ଆଗରୁ ପରିଚିତ ଥିଲେ କି ନାହିଁ? ଏନେଇ ମଧ୍ୟ ପ୍ରଶ୍ନ ପଚରାଯିବ ।
ଇନ୍ଫୋସିଟି ପୁଲିସ ଗତକାଲି ଖୋର୍ଦ୍ଧା ଜେଏମଏଫସିଙ୍କଠାରେ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଏହାର ଶୁଣାଣିରେ ଅଦାଲତ ଆଜି ଅମ୍ରିତଙ୍କ ସହ ଦିନେଶ ମହାପାତ୍ର ଓ ମୃତୁ୍ୟଞ୍ଜୟ ମିଶ୍ରଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ୩ ଅଭିଯୁକ୍ତଙ୍କୁ ଜେରା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଛି । ସ୍ପେଶାଲ ସ୍କ୍ୱାଡ୍ ମୁଖିଆ ଏସିପି ସଞ୍ଜୀବ ଶତପଥୀ, ଜୋନ୍-୬ ଏସିପି ପ୍ରକାଶ ପାଲ, ଇନ୍ଫୋସିଟି ଥାନା ଅଧିକାରୀ ସମିତା ମିଶ୍ର ଜେରା କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons