ବିଧାୟକ ପ୍ରଦୀପଙ୍କ ଘରେ ଭିଜିଲାନ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କ୍ରାଇମ୍ବ୍ରାଞ୍ଚ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଶିଛି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ନିଦେ୍ର୍ଧଶକ୍ରମେ ଭିଜିଲାନ୍ସ ସେଲ୍ ଆଜି ତାଙ୍କ ସରକାରୀ ବାସଭବନ ସହ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଏମିତିକି ଭିଜିଲାନ୍ସ ଟିମ୍ ତାଙ୍କ ସମ୍ପର୍କୀୟଙ୍କ ସହ ପରାମର୍ଶଦାତା ସର୍ବେଶ୍ୱର ରାଓ, ଡ୍ରାଇଭର ଘରେ ମଧ୍ୟ ସମ୍ପତ୍ତି ଉଣ୍ଡାଳିଛି । ଦୀର୍ଘ ୧୦ ମାସର ଗୁପ୍ତ ତଦନ୍ତ ପରେ ଭିଜିଲାନ୍ସ ଟିମ୍ ଏଭଳି ଅତର୍କିତ ଚଢ଼ଉ କରିଛି ।
ଦିନତମାମ ଲାଗିରହିଥିବା ଚଢ଼ଉ ଏଯାଏଁ ସରିନି । କିନ୍ତୁ ବିଧାୟକ ଓ ତାଙ୍କ ସମ୍ପର୍କୀୟଙ୍କ ଘରୁ ଅନେକ ମୂଲ୍ୟବାନ ଜମି, ଗାଡିÿ, ସୁନା ଅଳଙ୍କାର, ବ୍ୟାଙ୍କ ପାସ୍ବୁକ୍ ଜବତ କରାଯାଇଛି । ଶ୍ରୀ ପାଣିଗ୍ରାହୀଙ୍କ ଜଣେ ସହଯୋଗୀଙ୍କଠୁ ୨୦ ଲକ୍ଷ ନଗଦ ଟଙ୍କା ମିଳିଛି । ଏମାନଙ୍କ ଘରେ କେତେ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ରହିଛି? ଏନେଇ ତାଲିକା ପ୍ରସ୍ତୁତି ଚାଲିଛିି । ଖୁବ୍ ଶୀଘ୍ର ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ଟିମ୍ ସୂଚାଇଛି ।
ଆଜି ସକାଳୁ ଭୁବନେଶ୍ୱର କ୍ଲବ ପଛପଟ ସରକାରୀ କ୍ୱାର୍ଟର୍ସ ସହ ସହରର ଅନ୍ୟ ୪ଟି ସ୍ଥାନରେ ଟିମ୍ ଯାଞ୍ଚ ଆରମ୍ଭ କଲା । ସେପଟେ ଭୋର୍ ବେଳା ବ୍ରହ୍ମପୁର କୋର୍ଟପେଟା ଛକସ୍ଥିତ ଶ୍ରୀ ପାଣିଗ୍ରାହୀଙ୍କ ପୈତୃକ ବାସଭବନରେ ଚଢ଼ଉ ଚାଲିଥିଲା । ଶ୍ରୀ ପାଣିଗ୍ରାହୀଙ୍କ ପରାମର୍ଶଦାତା ଭି. ସର୍ବେଶ୍ୱର ରାଓଙ୍କ ବିଦ୍ୟାନଗରସ୍ଥିତ ବାସଭବନରେ ମଧ ଏକ ଟିମ୍ ସକାଳୁ ୫ ଘଣ୍ଟା ଧରି ଯାଞ୍ଚ କରିଥିଲା । ତାଙ୍କ ଘରୁ ବହୁ ମୂଲ୍ୟବାନ କାଗଜପତ୍ର ସହ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି ।
ଏହାବାଦ୍ ବଡ଼କୁଶସ୍ଥଳୀ ଗାଁରେ ରହୁଥିବା ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କୁମ୍ବପାଣି ସାହୁଙ୍କ ସହ ତାଙ୍କ ସହଯୋଗୀ ମଦନ ପାଣିଗ୍ରାହୀଙ୍କ ନରେନ୍ଦ୍ରପୁର ଘରେ ମଧ୍ୟ ଭିଜିଲାନ୍ସ ପଶିଛି । ଟାଟା କମ୍ପାନୀରେ ଚାକିରି ମାମଲାରେ କୁମ୍ବପାଣିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନେଣଦେଣ ହୋଇଥିବା କ୍ରାଇମ୍ବ୍ରାଞ୍ଚ ଦର୍ଶାଇଥିଲା । କମ୍ବୁପାଣିଙ୍କ ପୁତୁରା ହରେକୃଷ୍ଣଙ୍କୁ ଜେରା କରାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଟିମ୍ ହାତରେ ଲାଗିଛି । ଆସିକା ରୋଡ଼ର ଜଣେ ବ୍ୟବସାୟୀ, ଛତ୍ରପୁର ରଘୁନାଥପୁର ଗାଁର ସୂର୍ଯ୍ୟ ସାହୁଙ୍କ ଘର ଏବଂ ଫାର୍ମ ହାଉସ୍ରେ ଚଢ଼ଉ ହୋଇଛି । ପ୍ରଦୀପଙ୍କ ଡ୍ରାଇଭର ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ତମାଣ୍ଡିଆପଲ୍ଲୀ ଘର ସହ ଅନ୍ୟ ଜଣେ ଡ୍ରାଇଭର ଉଜ୍ୱଳ ପାଣିଗ୍ରାହୀଙ୍କ ଲାଞ୍ଜିପଲ୍ଲୀ ଗଣେଶ ନଗର ଘରେ ମଧ୍ୟ ଭିଜିଲାନ୍ସ ଛାନ୍ଭିନ୍ କରିଛି । ବ୍ରହ୍ମପୁର ପୁଲିସ ମଧ୍ୟ ୩ ପ୍ଲାଟୁନ୍ ଫୋର୍ସ ସହ ବିଭିନ୍ନ ଚଢ଼ଉ ସ୍ଥାନରେ ଜଗି ରହିଥିଲା ।
ଭିଜିଲାନ୍ସ କଟକ ସେଲର ଏସ୍ପି ଏମ୍. ରାଧାକ୍ରିଷ୍ଣାଙ୍କ ନେତୃତ୍ୱରେ ଚଢ଼ଉ ଚାଲିଛି । ଗଢ଼ାଯାଇଥିବା ୧୫ଟି ଟିମ୍ରେ ୭୦ ପାଖାପାଖି ଅଧିକାରୀ ଅଛନ୍ତି । ୨ ଜଣ ଅତିରିକ୍ତ ଏସପି ଏବଂ ୧୭ ଜଣ ଡିଏସ୍ପି ଚଢ଼ଉର ତଦାରଖ କରୁଛନ୍ତି । ଏହାବାଦ୍ ୩୫ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି ।
ଭିଜିଲାନ୍ସର ପ୍ରେସ ବିଜ୍ଞପ୍ତି ଅନୁସାରେ, ୨୦୨୦ ଡିସେମ୍ବର ୯ରେ ପ୍ରଦୀପଙ୍କ ପାଖରେ ଆୟ ବର୍ହିଭୂତ ସମ୍ପତି ଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ୨୦୦୯ ମେ’ରୁ ୨୦୨୦ ନଭେମ୍ବର ମଧ୍ୟରେ ସେ ୫ କୋଟି ୫ ଲକ୍ଷ ଟଙ୍କାର ୪ ହଜାର ୬୫୬ ଟଙ୍କାର ସମ୍ପତ୍ତି କେମିତି ଠୁଳ କଲେ, ଏନେଇ ତଦନ୍ତ କରିବାକୁ ଲୋକାୟୁକ୍ତଙ୍କୁ ଅନୁରୋଧ ହୋଇଥିଲା । ଲୋକାୟୁକ୍ତ ୨୦୨୦ ଡିସେମ୍ବର ୧୧ରେ ଏକ ଗୁପ୍ତ ତଦନ୍ତ ପାଇଁ ଭିଜିଲାନ୍ସକୁ ନିଦେ୍ର୍ଧଶ ଦେଇଥିଲେ ।
ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଦୀର୍ଘ ୧୦ ମାସ ଧରି ଅତି ସତର୍କତାର ସହ ତଦନ୍ତ ଜାରି ରଖିଥିଲା । ୨୦୨୧ ମେ’ ୨୮ ତାରିଖରେ ଲୋକାୟୁକ୍ତଙ୍କଠାରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା । ଲୋକାୟୁକ୍ତ ରିପୋର୍ଟକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ତା’ସହ ଶ୍ରୀ ପାଣିଗ୍ରାହୀ ରଖିଥିବା ପକ୍ଷକୁ ମଧ୍ୟ ପରଖିଥିଲେ । ପରେ ଗତ ୪ ତାରିଖରେ ତୁରନ୍ତ କାର୍ଯ୍ୟାନୁÂାନ ପାଇଁ ଭିଜିଲାନ୍ସକୁ ନିଦେ୍ର୍ଧଶ ଦେଲେ ।
ସୂଚନା ଯୋଗ୍ୟ, ଗତବର୍ଷ ଡିସେମ୍ବର ୩ରେ ବିଧାୟକଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା । ସେ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟ ପାଠକ ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ । ପ୍ରଦୀପଙ୍କ ବିରୋଧରେ ମୋଟ ୬ଟି ମାମଲା ରୁଜୁ କରାଗଲା । ପରେ ଶ୍ରୀ ପାଣିଗ୍ରାହୀ, ଅଭୟ ଏବଂ ଆକାଶ ସମସ୍ତେ ଝାରପଡ଼ା ଜେଲ୍ ଗଲେ । ଗତ ଜୁନ୍ ୧୨ ତାରିଖରେ ଶ୍ରୀ ପାଣିଗ୍ରାହୀ ଜେଲ୍ରୁ ମୁକୁଳିଛନ୍ତି । ତେବେ ଆକାଶ ପାଠକ ଏଯାଏଁ ଜେଲ୍ରୁ ମୁକୁଳି ପାରି ନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons