ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ:ବିଜେପି ନେତ୍ରୀ-ପୁଲିସ ଧସ୍ତାଧସ୍ତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗ ଦିନକୁ ଦିନ ଅଧିକ ତେଜିବାରେ ଲାଗିଛି । ଏଭଳି ସ୍ପର୍ଶକତା ଘଟଣାର ସିବିଆଇ ତଦନ୍ତ ଦାବିରେ ଶନିବାର ବିଜେପି ମହିଳା ମୋର୍ଚ୍ଚା ତରଫରୁ ନବୀନ ନିବାସ ଘେରାଉ କରାଯାଇଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା କମିଶନରେଟ୍ ପୁଲିସ ଶିଶୁଭବନ ଛକରେ ମହିଳା ମୋର୍ଚ୍ଚା ନେତ୍ରୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ନେତ୍ରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ ସହ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା । ଠେଲାପେଲା ସମୟରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ କିଛି ନେତ୍ରୀଙ୍କୁ ପୁଲିସ୍ ପକ୍ଷରୁ ଆକ୍ରମଣ କରାଯାଇଥିବାର ଅଭିଯୋଗ ଆସିଥିଲା । ଏପରିକି ଲେଖାଶ୍ରୀଙ୍କୁ ନଖରେ ରାମ୍ପୁଡ଼ି ରକ୍ତାକ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବା ସତ୍ତେ୍ୱ ପୁଲିସ୍ ଦ୍ୱାରା ବଳ ପ୍ରୟୋଗ କରି ଏହାକୁ ଚପାଇବାକୁ ଉଦ୍ୟମ କରାଯାଉଛି ବୋଲି ଲେଖାଶ୍ରୀ କହିଛନ୍ତି ।
ଶନିବାର ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପ;ନାୟକଙ୍କ ନେତୃତ୍ୱରେ ମହିଳା କାର୍ଯ୍ୟକର୍ତ୍ତାମାନେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ନବୀନ ନିବାସ ଅଭିମୁଖେ ବାହାରିଥିଲେ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧ ଏବଂ ଶାସକ ବିଜେଡି ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ଘଟିଯାଉଥିବା ଜଘନ୍ୟ ଅପରାଧକୁ ବିରୋଧ କରି କାର୍ଯ୍ୟକର୍ତ୍ତାମାନେ କୋକେଇ ଶୋଭାଯାତ୍ରାରେ ଯାଇଥିଲେ । ମାତ୍ର ପୁଲିସ ବିକ୍ଷୋଭକାରୀ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଅଧା ବାଟରେ ଅଟକାଇଥିଲା । ମହିଳା କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିବାରୁ ମହିଳା କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୁଲିସର ମାତ୍ରାଧିକ ବଳପ୍ରୟୋଗରୁ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇ ଚିକିତ୍ସା ହୋଇଥିଲେ । ଶାସକ ବିଜେଡିର ପ୍ରରୋଚନାରେ ଏଭଳି ଅମାନବୀୟ ଘଟଣା ଭିଆଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ନେତ୍ରୀମାନେ କହିଛନ୍ତି । ମହିଳା ମୋର୍ଚ୍ଚା ନେତୃତ୍ୱରେ ଅନୁÂିତ ଏହି ବିକ୍ଷୋଭ ପ୍ରଦର୍ଶନୀରେ ବରିÂ ନେତ୍ରୀ ସୁରମା ପାଢ଼ୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons